ଡେଲାଙ୍ଗ ପଞ୍ଚାୟତ ସମିତିର ୮ମ ବୈଠକ

  • ଫନି ସହାୟତା, ପାନୀୟ ଜଳ, ବିଦ୍ୟୁତ୍‌ ସ୍ୱଛତା, ଗମନାଗମନ ଉପରେ ଗୁରୁତ୍ୱ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫନି ମହାବାତ୍ୟା ପରେ ପରେ କୋଭିଡ କଟକଣା ହତେୁ ବହୁଦିନ ପରେ ଗତକାଲି ଡେଲାଙ୍ଗ ପଞ୍ଚାୟତ ସମିତି ୮ମ ଅଧିବେଶନ ବୈଠକ ପଞ୍ଚାୟତ ସମିତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ଦୀଲ୍ଲିପ କୁମାର ଷଡଙ୍ଗି ବୈଠକଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ପିପିଲ-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ପ୍ରଥମ ଥର ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ନୂଆ ବିଧାୟକଙ୍କୁ ସ୍ୱ।।ଗତ ଜଣାଇବା ସହ ସହ ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢିକରଣ ପରେ ବିଧାୟକ ବିଭିନ୍ନ ପ୍ରକଳ୍ପଗୁଡିକର ତଦାରଖ କରିଥିଲେ । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଓ ପଞ୍ଚଦଶ କେନ୍ଦ୍ର ଅର୍ଥ ଆୟୋଗ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷର ଅନୁମୋଦନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଅଂସପୂର୍ଣ୍ଣ ଗ୍ରାମୀଣ ଆବାସ ଯୋଜନା, କୋଭିଡ ଟୀକା ପ୍ରଦାନର ଅଗ୍ରଗତି, ଉଦ୍ୟାନ, କୃଷି ଓ ପଶୁପାଳନ ଉପରେ ବିଭିନ୍ନ ଯୋଜନା ୫ଟି ରୁପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ, ଆଙ୍ଗନୱାଡି ଗୃହ ଓ ମିଶନଶକ୍ତି ଗୃହ ନିର୍ମାଣ, ଗ୍ରାମୀଣ ଭିତ୍ତିଭୂମି ପରିବର୍ତ୍ତନ, ଫନି ଘରଭଙ୍ଗା, ସହାୟତା, ପାନୀୟ ଜଳ, ସ୍ୱଚ୍ଛତା ଓ ପରିମଳ, ଗମନାଗମନ, ଆଙ୍ଗନାୱାଡି ଗୃହକୁ ବିଦ୍ୟୁତ ସଂଯୋଗୀକରଣ, ଆବାସ ଯୋଜନା, ରାସନ କାର୍ଡ, ମଧୁସୁଦନ ଭତା, ବିକାଳଙ୍ଗ/ବିଧବା ଭତ୍ତା, ବିଦ୍ୟାଳୟରେ ଶିକ୍ଷକ ଅଭାବୀ ସର୍ମ୍ପକରେ ଆଲୋଚନା ହୋଇଥିଲା । ଏଥିରେ ସାଂସଦଙ୍କ ପ୍ରତିନିଧି ନୃସିଂହ ଜେନା, ତହସିଲଦାର ସୁଶ୍ରୀ ନିବେଦିତା ପରିଡା, ବ୍ଲକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ପୁଷ୍ପାଜ୍ଞଳି ସାମଲ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକଳ୍ପଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଆଙ୍ଗନାୱାଡି ଗୃହକୁ ବିଦ୍ୟୁତ ସଂଯୋଗୀକରଣ, ସ୍ୱଛତା କାର୍ଯ୍ୟକ୍ରମ ଓ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକ ଡିସେମ୍ବର ୨୫ ସୁଧା ସାରିବା ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଷଡଙ୍ଗୀ ଜନ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ମିଶନ ଶକ୍ତି ମହାସଂଘ ସଂପାଦିକା ବାସନ୍ତୀ ସାହୁ, ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ, ପ୍ର୍ରଭାତ ଜେନା, ବାସସୁଦେବ ଜେନା, ଅଭିମନ୍ୟୁ ରାଉତ, ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ରାମାଦେବୀ ରାଉତରାୟ, କୁନିମଣୀ ରାଉତରାୟ, କାଳନ୍ଦୀ ଜେନା, ପ୍ରସନ୍ନ ଜେନା, ବାଲୁଙ୍କେଶ୍ୱର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଶଂ ଗ୍ରହଣ କରିଥିଲେ । ଏଥିସହ ସମସ୍ତ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ, ବିଦ୍ୟୁତ, ଆରଡି, କୃଷି, ଉଦ୍ୟାନ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଶେଷରେ ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.