jayashree

କନବାର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମରେ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ କରାଯିବାକୁ ଆଜି ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସାନନ୍ଦ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ବରଗଡ ସବ୍‌ଡିଭିଜନର ସାଂସଦ ପ୍ରତିନିଧି ଲିପସିତ ମିଶ୍ର, ସମ୍ମାନିତ ଅତିଥି ସ୍କୁଲ ଶତବାର୍ଷିକୀ ପାଳନର ବୟୋଜ୍ୟଷ୍ଠ ସଭାପତି ଭୋଜରାଜ ପଧାନ, ସମ୍ମାନିତ ଅତିଥି ସ୍କୁଲ ପରିଚାଳନା କମିଟିର ସଭାପତି ଗୋପ ଭୋଇ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ ଭୋଇ । ଏହି ସ୍କୁଲ ଚଳିତ ବର୍ଷ ୨୦୨୬ ମସିହା ଡିସେମ୍ବର ମାସରେ ତାର ୧୦୦ ବର୍ଷ ଅତିକ୍ରମ କରିବ ଏଂବ ତିନିଦିନ ଧରି ଏହି ଉତ୍ସବ ପାଳନ କରାଯିବ, ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଧୁମଧାମରେ ଶତବାର୍ଷିକୀକୁ ପାଳନ କରାଯିବାକୁ ଏଂବ ସ୍କୁଲ ତରଫରୁ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ତଥା ସାଂସ୍କୃତିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଓଡିଶାର ମହା ମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଶତବାର୍ଷିକୀ ପାଳନର ପରିଚାଳନା କମିଟିକୁ ଧରି ଭୂବନେଶ୍ୱର ଯାଇ ନିଜେ ରହି ନିମନ୍ତ୍ରଣ କରିବାକୁ ଶ୍ରୀ ପୁରୋହିତ ପ୍ରତିଶ୍ରୁତି ଦେଇଥିଲେ ଏଂବ ଏହି ଉତ୍ସବରେ ପ୍ରଶାସନିକ ସ୍ତରର ସମସ୍ତ ଅଧିକାରୀ ତଥା ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବାକୁ ସାଂସଦ ପ୍ରତିନିଧି ଶ୍ରୀ ମିଶ୍ର କହିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ସେବା ବିନିମୟ ମୁକ୍ତା ବାରିକ ।

Leave A Reply

Your email address will not be published.