jayashree

ଆମ ପୁଲିସର ସଚେତନତା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପକ୍ଷରୁ ଏକ ସଚେତନତା ବୈଠକ ଇସ୍ପାତ ମାର୍କେଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁଲିସ, ଜନସାଧାରଣ ଓ ଦୋକାନୀ ଭାଇଙ୍କ ମଧ୍ୟରେ ସମନ୍ୱୟ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା, ଅସାମାଜିକ ତତ୍ୱଙ୍କ ସମ୍ପର୍କରେ ସୂଚନା, ମାର୍କେଟ ଅଞ୍ଚଳରେ ବିଭିନ୍ନ ସମସ୍ୟା, ଟ୍ରାଫିକ ସମସ୍ୟା ଓ ଟ୍ରାଫିକ ନିୟମ ପାଳନ ତଥା ଆଇନ କାନୁନର ବିଭିନ୍ନ ନିୟମ ସମ୍ପର୍କରେ ସୂଚନା ସହ ଭାବର ଆଦାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏଏସ୍‌ଆଇ ମନୋରଞ୍ଜନ ପରିଡା ଓ ଇସ୍ପାତ ମାର୍କେଟର ବହୁ ବ୍ୟବସାୟୀ ଭାଇ ଉପସ୍ଥିତ ରହି ନିଜ ନିଜର ମତ ରଖିବା ସହ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିବେ ବୋଲି ମତ ରଖିଥିଲେ । ବୈଠକର ସଫଳତା ପାଇଁ ଥାନା ପ୍ରଭାରୀ ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.