jayashree

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମୁଣ୍ଢେଲା ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ନିମାଇଁ ଚରଣ ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ ସିଡ଼ିଭିଓ ଡ଼. ଶୋଭନ କୁମାର ନାୟକ, ମୁଖ୍ୟବକ୍ତା ଆଇନଜୀବୀ ରାମରତ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଏବିଇଓ ବିଶିକେଶନ ଶତପଥୀ, ସରପଞ୍ଚ ଚନ୍ଦ୍ରିକା ସାହୁ, ବିଦ୍ୟାଳୟର ଚେୟାରମେନ ତପସ୍ୱିନୀ ବାରିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ । ମହାଦେବ ବେହେରା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସଞ୍ଜୟ କୁମାର ସାହୁ, ଅଶୋକ କୁମାର ସାହୁ, ସୁକାନ୍ତ କୁମାର ରାଉତ, ଜୟନ୍ତ କୁମାର ସାହୁ, ରାଜୀବ ସାହୁ, ଉପେନ୍ଦ୍ର କୁମାର ଠାକୁର ପ୍ରମୁଖ ସହଯୋଗ କରିଥିଲେ । ଗ୍ରାମବାସୀମାନେ ନାମ ସଂକୀର୍ତ୍ତନ କରି ଶ୍ରୀ ମାହାରଙ୍କୁ ନିଜ ଗ୍ରାମ ପାଇକମାଲକୁ ଆଣି ଛିଡିଥିଲେ । ସୁଶାନ୍ତ କୁମାର ସେଠ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.