pr

ହିନ୍ଦ୍ ମଜଦୁର ସଭାର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ପ୍ରେକ୍ଷାଳୟରେ ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ, ଉପଦେଷ୍ଟା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଓଡ଼ିଶାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ପୂର୍ବତନ ବିଧାୟିକା ତଥା ଇବ୍ ଭେଲି କୋଇଲା ମଜଦୁର ସଭାର ସାଧାରଣ ସମ୍ପାଦିକା ଅଳକା ମହାନ୍ତି, କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଉପସାଧାରଣ ସମ୍ପାଦକ ଗୋକୁଳ ମେହେର, ଲକ୍ଷ୍ମୀଧର ସାହୁ ମଞ୍ଚାସୀନ ଥିଲେ । ବୈଠକରେ ରାଜ୍ୟର ସମସ୍ତ କ୍ଷେତ୍ରରେ ସଂଗଠନର ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ନିଜ ଭାଷଣରେ କହିଥିଲେ ଯେ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନିତି ଅତି ମାତ୍ରାରେ ବଢ଼ିବାରେ ଲାଗିଛି ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ ଆଣିଛନ୍ତି ତାହା ନିଶ୍ଚିତ ରୂପେ ଶ୍ରମିକଙ୍କ ହିତ ଅପେକ୍ଷା କ୍ଷତି ବହୁତ ହେବ । ସେଥିପାଇଁ ରାଜ୍ୟ ସରକାର ଯଦି ସଂଗଠନ ସହିତ ବିନା ଆଲୋଚନାରେ ଏ ସମସ୍ତ ନିୟମ ଲାଗୁ କରିବା ପାଇଁ ଚେଷ୍ଟା କରିବେ ତାହାହେଲେ ହିନ୍ଦ୍ ମଜଦୁର ସଭା ଦୃଢ଼ ବିରୋଧ କରିବ । ଅତିଶୀଘ୍ର ସଂଗଠନର ସମ୍ମିଳନୀ କରିବା ପ୍ରସ୍ତାବ ଆଗତ କରିଥିଲେ । ସାଂଗଠନିକ ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଅନୁଶାସନ ଏବଂ ଶୃଙ୍ଖଳାରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ମୁଖ୍ୟତଃ ମହାନଦୀ କୋଲ ଫିଲ୍ଡର କର୍ତ୍ତୃପକ୍ଷ ,ଏଚ୍.ଏମ୍.ଏସ୍ ତଥା କୋଇଲା ଖଣି ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ଦିଗରେ ଅବହେଳା କରୁଥିବା ଏବଂ ବିଭିନ୍ନ ଆପତ୍ତି ଅଭିଯୋଗ ପ୍ରତି ଗୁରୁତ୍ୱ ଦେଉନଥିବାରୁ ଘୋର ଉଦବେଗ ପ୍ରକାଶ କରାଯାଇଥିଲା । ଏଥିଯୋଗୁଁ ସର୍ବସମ୍ମତିକ୍ରମେ ଜୁଲାଇ ୧୫ ତାରିଖ ସୁଦ୍ଧା ଏସବୁର ପ୍ରତିକାର ପାଇଁ ପ୍ରତିବାଦ ଏମସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ବୁର୍ଲା ସ୍ଥିତ ଅଫିସ ଠାରେ ଏକ ବିରାଟ ଗଣଧାରଣା ଦିଆଯିବ । ସେହିପରି ରାଜ୍ୟରେ ଶତକଡା ୬୬% ଠିକା ଶ୍ରମିକ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ, ରାଜ୍ୟରେ ଅଧିକ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ ଅନୁଯାୟୀ ଆଗାମୀ ଦିନରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ହୋଇଥିଲା । ଏଥିସହ ସରକାର ଲଘୁବନ ଜାତ ଦ୍ରବ୍ୟ ଯଥା ଶାଳ ମଞ୍ଜି, ମହୁଲ ଓ ଟୋଲ ସର୍ବନିମ୍ନ ସହାୟକ ମୂଲ୍ୟରେ କରିବାକୁ କୌଣସି ବ୍ୟବସ୍ଥା କରିନାହାନ୍ତି । ତେଣୁ ଏହି ଶ୍ରେଣୀର ଶ୍ରମିକମାନେ ସେମାନଙ୍କର ଜୀବନ ଜୀବିକାରୁ ବଞ୍ଚିତ ହେଉଛନ୍ତି । କେନ୍ଦୁପତ୍ର ତୋଳାଳୀମାନଙ୍କୁ ବର୍ଦ୍ଧିତ ଦରରେ ପତ୍ର ଦର ଦେବା ସହ ବୋନସ ଏବଂ ସର୍ବନିମ୍ନ ମଜୁରୀ ଅନୁଯାୟୀ କର୍ମଚାରୀମାନଙ୍କୁ ଦରମା ପ୍ରଦାନ, କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡକୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା । ରାଜ୍ୟ ହିନ୍ଦ୍ ମଜଦୁର ସଭାର ବିଧିବଦ୍ଧ ପ୍ରତିନିଧି ସମ୍ମିଳନୀ ଆସନ୍ତା ଜୁଲାଇ ମାସ ସୁଦ୍ଧା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମ୍ମିଳନୀ ତାଳଚେର ଠାରେ ଅନୁଷ୍ଠିତ ହେବାକୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହି ସମ୍ମିଳନୀ ପାଇଁ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିଲା । ମହିଳାଙ୍କୁ ୩୩% ଭାଗ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କୁ ମହିଳା ସାଂଗଠନିକ ଦାୟିତ୍ଵ ଦିଆଯାଇଥିଲା । କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା । ଏ ସମସ୍ତ ବିଷୟରେ ମଞ୍ଚାସୀନ ନେତୃବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୁଣନିଧି ବଳ, ଅକ୍ଷୟ କୁମାର ନାୟକ, ଯୁଗଳ କିଶୋର ନାୟକ, ସଂପାଦକ ତ୍ରିଲୋଚନ ପ୍ରଧାନ, ସଞ୍ଚିତ ମହାନ୍ତି, ମହମ୍ମଦ ମୃତୁଜା, ଭୂବନାନନ୍ଦ ମହାପାତ୍ର, ପ୍ରମୋଦ କୁମାର ଦାସ, ଅରୁଣ ସ୍ୱାଇଁ, ପବିତ୍ର ବିଶ୍ଵାଳ, ପ୍ରଦୀପ କୁମାର ଦାସ, ସଞ୍ଚିତ ପଲାଇ, ପ୍ରକାଶ କୁଣ୍ଡୁ, ଜ୍ଞାନରଞ୍ଜନ ଦାସ, କୁଳମଣୀ ଦାସ, ରୁଦ୍ରାଣୀ ନାଥ, ଅର୍ଜୁନ ନାୟକ, ବାସୁଦେବ ସାହୁ, ନିର୍ମାଣ ଶ୍ରମିକ ମହାସଭାର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାଶ, ବାରବୁଲା ଖଣ୍ଡୁଆଳ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ତ୍ରିପାଠୀ, ଦେବ ଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଇଶ୍ଵର ଭଞ୍ଜ, ଚୁମନ ପ୍ରଧାନ, ସ୍ନେହଲତା ବାରିକ, ପାକିଜା ବେଗମ, ମମତା ନାୟକ, ସୁବ୍ରତ ପଣ୍ଡା, ରୁଦ୍ର ମେହେର, ଯୋଗୀନ୍ଦ୍ର ବେହେରା, ସଦାଶିବ ବିସି, ସୁସିମ ଦାସ, ରାମେଶ୍ୱର ଯାଦବ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.