
ବଲାଙ୍ଗିର, (କେପିଏନ୍ଏସ୍) : ପାଖେଇ ଆସିଲାଣି ଶୀତଳ ଷଷ୍ଠୀ । ଏଥିପାଇଁ ଆୟୋଜକ କମିଟି ସହ ପୋଲିସ ପ୍ରଶାସନ ପ୍ରସ୍ତୁତ ହେଲେଣି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ବଲାଙ୍ଗିର ସହରର ସମସ୍ତ ଶୀତଳ ଷଷ୍ଠୀ ଆୟୋଜକ କିିମିଟି ଯୋଗଦାନ କରି ନିଜ ନିଜର ମତ ରଖିଥିଲେ । ଚଳିତ ବର୍ଷ ଶୀତଳ ଷଷ୍ଠୀ ପାଳନ ବେଳେ ସମସ୍ତ ପ୍ରକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଅନୁପାଳନ ପାଇଁ କମିଟିମାନଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଥିଲା । ବଲାଙ୍ଗିର ପୋଲିସ ପକ୍ଷରୁ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇ ଶୀତଳ ଷଷ୍ଠୀ ସମୟରେ ଶୃଙ୍ଖଳା ରକ୍ଷା କରାଯିବ ବୋଲି କୁହାଯାଇଛି ।