
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ସଂଗଠନ ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଆଜି ଓଡିଶା ଜନତା କଂଗ୍ରେସ ପକ୍ଷରୁ ସିନ୍ଧେକେଲା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ବିଦ୍ୟୁତ ସେବା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଜନସାଧାରଣଙ୍କ ଅଭିଯୋଗକୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏହି ଅବସରରେ ଦଳ ପକ୍ଷରୁ ବିଦ୍ୟୁତ ଯୋଗାଣରେ ଅନିୟମିତତା, ଲୋ-ଭୋଲ୍ଟେଜ୍ ସମସ୍ୟା, ଉପଭୋକ୍ତାଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ସେବାର ଉନ୍ନତି ପାଇଁ ଦାବି ଉଠାଯାଇଥିଲା । ପ୍ରତିବାଦ ପରେ ଦଳ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । କର୍ତ୍ତୃପକ୍ଷ ସମସ୍ୟାଗୁଡ଼ିକର ସମାଧାନ ନେଇ ଆଶ୍ୱାସନ ଦେଇଥିବା କୁହାଯାଇଛି ।