pr

ମାଲପଡା ନାଗରିକ କମିଟିର ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡାର କେତେକ ବରିଷ୍ଠ ଲୋକ ଇହଧାମ ତ୍ୟାଗ କରିଥିବାରୁ ତାଙ୍କ ଆତ୍ମା ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଭ୍ୟମାନେ ପରିବେଶ ସୁରକ୍ଷା ନିମନ୍ତେ ଆସନ୍ତା ବର୍ଷା ଋତୁରେ ପଡାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ପାଇଁ ସର୍ବ ସମ୍ମତିକ୍ରମେ ମତପ୍ରକାଶ ପାଇଥିଲା । ଏହା ବ୍ୟତିତ ସହରର ପ୍ଲାଷ୍ଟିକ ବହୁଳ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେଉଛି ଓ ଏହି ପ୍ଲାଷ୍ଟିକ ଜରି ଗାଈଗୋରୁମାନେ ଖାଇ ପ୍ରାଣତ୍ୟାଗ କରୁଛନ୍ତି । ତେଣୁ ଜିଲ୍ଲାପାଳ ଓ ପୌର ପାଳିକାକୁ ପ୍ଲାଷ୍ଟିକ ବର୍ଜନ ନିଷେଧ କରିବାକୁ ଦୃଢ ପଦକ୍ଷେପ କରିବା ପାଇଁ ମତପ୍ରକାଶ ପାଇଥିଲା । ଅନ୍ୟ ଏକ ପ୍ରସ୍ତାବ କ୍ରମେ ଡ୍ରେନ ଗୁଡିକରେ ମଇଳା ଆବର୍ଜନା ପୁରି ରହିଥିବାରୁ ଏହି ଡ୍ରେନ ଗୁଡିକ ବର୍ଷା ପୂର୍ବରୁ ଶୀଘ୍ର ସଫେଇ କରାଯିବାକୁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କମିଟିର ପରମ୍ପରା ଅନୁସାରେ ବରିଷ୍ଠ ସଭ୍ୟ ଜଗଦାନନ୍ଦ ଛୁରିଆଙ୍କୁ ମାନପତ୍ର ଓ ଉପଢେସକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, ସଂଘର ସଭ୍ୟ ବିମଲ କୁମାର ଚକ୍ରବର୍ତ୍ତି, ଅମୀୟ କୁମାର ମିଶ୍ର, ଗଣେଶରାମ ବେହେରା, ଦୟାସାଗର ବଗର୍ତ୍ତି, ନିମାଇଁ ଚରଣ ଦାଶ, ଦେବଜ୍ୟୋତି ଯୋଷୀ, ସନ୍ତୋଷ କୁମାର ସାହୁ, ସୁରେଶ ଅଗ୍ରୱାଲ, ଛବିଲାଲ ବେହେରା, ଶିବ ପ୍ରସାଦ ଶତପଥି ଆଦି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.