ଆର୍‌ବି ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ନିମନ୍ତେ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମର ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ପ୍ଲାଟିନମ୍ ଜୁବିଲି ପାଳନ କମିଟିର ଏକ ସଂପ୍ରସାରିତ ବୈଠକ ବରିଷ୍ଠ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ ପ୍ରଧାନ, ସଂପାଦକ ଡକ୍ଟର ବିର ସାହୁ, କୋଷାଧକ୍ଷ ସଦାନନ୍ଦ ପୁରୋହିତ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ରାଜେଶ ଖମାରୀ ମଂଚାସୀନ ଥିଲେ । ୧୯୫୮ରୁ ୨୦୧୬ ଯାଏ ପ୍ରତ୍ୟେକ ବ୍ୟାଚ୍‌ରୁ ବହୁ ଛାତ୍ର ପ୍ରତିନିଧି ବୈଠକରେ ଯୋଗ ଦେଇ ଡିସେମ୍ବର ମାସରେ ହେବାକୁ ଥିବା ଜୁବିଲି ସମାରୋହ ନିମିତ୍ତ ସହଯୋଗ ରାଶି ସଂଗ୍ରହ ଉପରେ ଆଲୋଚନା କରିଥିଲେ । ତେରଗୋଟି ବ୍ୟାଚ୍‌ର ଛାତ୍ର ପ୍ରତିନିଧିମାନଙ୍କ ଦ୍ବାରା ଆଂଶିକ ଭାବେ ସଂଗୃହୀତ ଦୁଇ ଲକ୍ଷ ଏକ ହଜାର ତିନିଶହ ଟଙ୍କା ସଭା କକ୍ଷରେ କୋଷାଧ୍ୟକ୍ଷଙ୍କ ନିକଟରେ ପୈଠ କରାଯାଇଥିଲା । ଅନ୍ୟାନ୍ୟ ବ୍ୟାଚ୍‌ର ପ୍ରତିନିଧିମାନେ ନିଜ ନିଜ ବ୍ୟାଚ୍‌ର ରାଶି ସଂଗ୍ରହରେ ଲାଗିଥିବା ଓ ଅତି ନିକଟରେ ସଂଗୃହୀତ ଅର୍ଥ ଜମା କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ପ୍ରତ୍ୟେକ ବ୍ୟାଚ୍‌ର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଯୋଗ ପାଇଁ ଅଧ୍ୟକ୍ଷ ଶ୍ରୀ ବରିହା ଗୁରୁତ୍ବ ପ୍ରଦାନ କରିଥିଲେ । ଜୁବିଲି ସମାରୋହର ପ୍ରଥମ ଦିନରେ ଉନ୍ମୋଚିତ ହେବାକୁ ଥିବା ସ୍ମରଣିକା ପାଇଁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଲେଖା ପଠାଇବାକୁ ସ୍ମରଣିକା କମିଟିର ଆବାହକ ଡ. ପ୍ରଧାନ ନିବେଦନ କରିଥିବା ବେଳେ ସଂପାଦକ ଡ. ସାହୁ ସମସ୍ତଙ୍କୁ ଆଲୁମିନି ଭାବେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଥିଲେ । ସହଯୋଗ ରାଶି ଜମା କରିବାକୁ ପରବର୍ତ୍ତୀ ବୈଠକ ଅକ୍ଟୋବରୁ ୩୧ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତ ନିଆଯାଇଥିଲା । ଏହି ଅଧିବେଶନରେ ଅନ୍ୟତମ ଉପସଭାପତି ଜୟ ନାରାୟଣ ତ୍ରିପାଠୀ ଓ ବେଣୁମାଧବ ଦୋରା, ସହସଂପାଦକ ଗୋବିନ୍ଦ ପାଣିଗ୍ରାହୀ ତଥା ସର୍ବ ଶ୍ରୀ ବିଶ୍ଵେଶନ ଦୋରା, ଚନ୍ଦ୍ରଭାନୁ ପ୍ରଧାନ, ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ରାଧା ମାଧବ ଦୋରା, ଜୟମାଧବ ଦୋରା, ଶ୍ୟାମ ସୁନ୍ଦର ସାହୁ, ଡ. ଅଶୋକ କୁମାର ଦାଶ,ଡ.ପ୍ରମୋଦ ପାଢ଼ୀ, ଡି. ଭକ୍ତ ପୂରନ୍ ସାହୁ, ଜିତେନ୍ଦ୍ରନାଥ ଗୁରୁ,ରାଜ କିଶୋର ଯୋଷୀ, ସରୋଜ ରଥ, ଉମେଶ ଚନ୍ଦ୍ର ସାହୁ, ରବି ନାରାୟଣ ଦୋରା, ଗଂଗାଧର ପାଢ଼ୀ, ହେମନ୍ତ ପଟ୍ଟନାୟକ, ଗଜେନ୍ଦ୍ର ମହାନ୍ତି, ଡା. ନାରାୟଣ ପୁରୋହିତ, ସମୀର ହୁସେନ୍ ପ୍ରମୁଖ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ । ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ପ୍ଲାଟିନମ୍ ଜୁବିଲି ତୋରଣର ଅଗ୍ରଗତିରେ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

nineteen + ten =

error: Content is protected !!