jayashree

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ସେକ୍ଟର ୬ ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗେ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ମଣ୍ଡଳ ସଭାନେତ୍ରୀ ତାଙ୍କ ସ୍ୱାଗତ ଅଭିଭାଷଣରେ ବୈଠକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଏବଂ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଧାୟକ ଶ୍ରୀ ତନ୍ତୀ ବୁଥ କମିଟି, ଶକ୍ତି କେନ୍ଦ୍ର ଓ ମଣ୍ଡଳ କମିଟି ଉପରେ ସମୀକ୍ଷା କରିବା ସହିତ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ ଓ ସଶକ୍ତିଶାଳୀ କରିବାକୁ ଉପଦେଶ ଦେଇଥିଲେ । ଘର ଘର ବୁଲି ଜନତାଙ୍କ ସମସ୍ୟା ବୁଝିବା ସହିତ ଯେଉ ଲାଭର୍ଥୀମାନେ ସରକାରଙ୍କର ବିବିଧ ଯୋଜନାର ସାମିଲ ହୋଇ ପାରିନାହାନ୍ତି ସେମାନଙ୍କର ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଥିଲେ । ବୁଥ୍ ସଭାପତିମାନେ ସେ ଅଞ୍ଚଳରେ କି କି ସମସ୍ୟା ରହିଛି ଓ କି କି କାମ କରାଯିବ ତାହା ବିଧାୟକଙ୍କ ଦୃଷ୍ଟିକୁ ଆଣିବା ପାଇଁ କହିଥିଲେ । ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସେନାପତି, ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କଂସାରୀ ନେତୃବୃନ୍ଦ ସଂଗଠନକୁ ମଜଭୁତ ଓ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ଦେଖିବା ସହିତ ସରଳ ଆପ୍‌ରେ ଅପଲୋଡ଼ କରିବାକୁ ସୂଚନା ଦେଇଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ବାରିକ୍ ଓ ପ୍ରଭାସ ସାମଲ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ପଟ୍ଟନାୟକ, ଆଲୋକ ନାୟକ, ଆଇନଜୀବୀ ବୁଦ୍ଧିରାମ ସ୍ୱାଇଁ, ପ୍ରତାପ ଦେଓ, ନମିତା ସେନାପତି, ସରସ୍ଵତୀ ମହାନ୍ତ, ସଂଯୁକ୍ତା ପାତ୍ର, ଗୌତ୍ତମ ବାଡା, ଅନିଲ ତନ୍ତୀ, ପ୍ରଶାନ୍ତ ଲେଙ୍କା, ହେମନ୍ତ ଜେନା, ସମିରନ ରାୟ, ପୁଷ୍ପା ସାହୁ, ଗାଡୁ ବାଗ, ନିରଞ୍ଜନ ଧଳ, ଖୁସବୁ ବଡାଇକ, କୁମକୁମ୍ ମହାପାତ୍ର, ପ୍ରଦୀପ ଲେଙ୍କା, ତାରାନାଥ ମହାପାତ୍ର, ଶୁଖେନ୍ଦୁ ଜେନା, ତରୁଣ ତନ୍ତୀ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.