jayashree

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା କାର୍ଯ୍ୟାଳୟରେ ଆଜି ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିଆଯାଇଥିବା ଘରର ଘରଭଡ଼ା ଓ ରକ୍ଷଣାବେକ୍ଷଣ ସହିତ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସୋସିଏସନର ସମସ୍ୟାକୁ ନେଇ ମଇ ୧୧ ତାରିଖ ଦିନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର କର୍ମକର୍ତ୍ତାମାନେ, ରାଉରକେଲା ଇସ୍ପାତ କାରଖାନାର ସହର ସେବା କାର୍ଯ୍ୟାଳୟକୁ ଦିନ ୧୧ଟା ସମୟରେ ଯାଇ ଘରଭଡ଼ା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଆଜିର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ । ଏହି ବୈଠକରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସମେତ ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ, ସହ-ସମ୍ପାଦକ ଗାନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, ଅନୀଲ କୁମାର ମହାନ୍ତି, ସଂଗ୍ରାମ କିଶୋର ଭୂୟାଁ, ଶୈଳେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.