csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ଆବାହକତ୍ୱରେ ତଥା ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜେଏସ୍‌ଏମ୍‌ କଲେଜ ପରିସରରେ ସମାପ୍ତ ହୋଇଯାଇଛି । ସଭାପତିଙ୍କ ଭାଷଣ ପରେ ସଂପାଦକ କପିଳେଶ୍ୱର ଖମାରୀ ଗତ ବୈଠକର ବିବରଣୀ ପାଠ କରିବା ସହ ଅଦ୍ୟାବଧି ଯେଉଁ କାର୍ଯ୍ୟ ଗୁଡିକ ମଂଚ ଦ୍ୱାରା ତ୍ୱରାନ୍ୱିତ କରାଯାଇଛି ତାହା ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ସଂପର୍କରେ ସଭ୍ୟମାନଙ୍କ ମତାମତ ଲୋଡିଥିଲେ । ଉକ୍ତ ବୈଠକରେ ଅନେକ ଗୁଡିଏ ଆଲୋଚନା ସହ ପଂଚକର୍ମ, ଫିଜିଓଥେରାପି ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନ ଶିବିର ଆୟୋଜନ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା । ବିଭାଗୀୟ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରି ତାରିଖ ନିର୍ଦ୍ଧାରଣ ପାଇଁ ଯୁଗ୍ମ ସଂପାଦକ ଗୌର ଚନ୍ଦ୍ର ପୁରୋହିତଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଆଲୋଚନାରେ ସଂଗଠକ/ସଂପାଦକ ବିନୟ କୁମାର ମିଶ୍ର, ଉପ-ସଭାପତି ହରେକୃଷ୍ଣ ମେହେର, ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, କାର୍ଯ୍ୟାଳୟ ସଂପାଦକ ଗଣେଷ ଚନ୍ଦ୍ର ପାଢୀ, ସଭ୍ୟ ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ, ପ୍ରଦ୍ୟୁମ୍ନ ଗଡତ୍ୟା, ଦୟାସାଗର ପଟେଲ, ଛାୟାକାନ୍ତ ସାହୁ, ପ୍ରଦୀପ କୁମାର ଶତପଥି ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜ ମତାମତ ଉପସ୍ଥାପନା କରିଥିଲେ । କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ଆୟବ୍ୟୟର ବିବରଣୀ ତଥା ଆଗାମୀ ଦିନରେ ହେବାକୁ ଥିବା ପାଣ୍ଠି ସଂଗ୍ରହ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.