csstore

କଣ୍ଟାବାଞ୍ଜିରେ ନିଖିଳ ଉତ୍କଳ ଶୁଣ୍ଢି ସମାଜର ସାଧାରଣ ବୈଠକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓମକାର ମଲ ଠାରେ ନିଖିଲ ଉତ୍କଳ ବଲାଙ୍ଗିର ଜିଲ୍ଲା ଶୁଣ୍ଢୀ ସମାଜର ସାଧାରଣ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଙ୍ଗୋମୁଣ୍ଡାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ନେତୃତ୍ୱରେ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷା ରଞ୍ଜୁବାଲା ବେହେରା, ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ପଶ୍ଚିମାଞ୍ଚଲ ସଭାପତି ପୃଥ୍ୱୀରାଜ ବେହେରା, ବରଗଡ଼ ଜିଲ୍ଲା ସଭାପତି ଉଦ୍ଧବ ବେହେରା, ସମ୍ବଲପୁର ଜିଲ୍ଲା ସଭାପତି ଖଡ଼ିରତ୍ନ ବେହେରା, ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଟିକେଲାଲ ବେହେରା, ବରିଷ୍ଠ ଆଇନଜୀବୀ ଦ୍ରୋପଦ ନାଏକ, ରାଜ୍ୟ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ଖପ୍ରାଖୋଲ ବ୍ଲକ ଶୁଣ୍ଢୀ ସମାଜ ସଭାପତି ଯୁବରାଜ ବେହେରା, ଜିଲ୍ଲା ମହିଳା ସଭାନେତ୍ରୀ ସୁଷମା ବେହେରା, କୁଣ୍ଡାବୁଟୁଳା ସରପଞ୍ଚ ପୂର୍ଣ୍ଣିମା ବେହେରା, ବୌଦ୍ଧ ଜିଲ୍ଲାର କାର୍ତିକ ବେହେରା, ବଲାଙ୍ଗିର ବିମ୍ସ ହସ୍ପିଟାଲ ପ୍ରମୁଖ ଜୀବେଶ୍ୱର ବେହେରା, କଣ୍ଟାବାଞ୍ଜି ପ୍ରମୁଖ ଭାଗିରଥି ବେହେରା, ମୁଣ୍ଡପଦର ସରପଞ୍ଚ ରାଧାମୋହନନ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ଦ୍ରୋଣସେନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ସର୍ବପ୍ରଥମେ ଦୀପ ପ୍ରଜ୍ୱଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ବିକ୍ରମ ସାହୁଙ୍କ ନିର୍ଦେଶ କ୍ରମେ ନୂତନ ବଲାଙ୍ଗିର ଜିଲ୍ଲା ଶୁଣ୍ଢୀ ସମାଜ ସଭାପତି ଭାବରେ ଉଦ୍ଧବ ବେହେରା, ସମ୍ପାଦକ ଟିକେଲାଲ ବେହେରା, କୋଷାଧକ୍ଷ ଭୋଳାନାଥ ବେହେରା ମନୋନୀତ ହୋଇଥିଲେ । ଆଗାମୀ ଦିନରେ ସମଗ୍ର ୧୪ ଗୋଟି ବ୍ଲକରେ କମିଟି ଗଠନ କରାଯାଇ ସଂଗଠନକୁ ସୁଦୃଢ କରାଯିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.