oom

ଆରବି ହାଇସ୍କୁଲ ପ୍ଲାଟିନମ ଜୁବିଲି ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପ୍ଲାଟିନମ ଜୁବିଲି ପାଳନ କମିଟି ଏକ ସଂପ୍ରସାରିତ ବୈଠକ ସଭାପତି ତଥା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ ପ୍ରଧାନ, ସଂପାଦକ ଡକ୍ଟର ବିରଞ୍ଚି ସାହୁ, ପ୍ରଧାନ ଶିକ୍ଷକଙ୍କ ପ୍ରତିନିଧି ବରିଷ୍ଠ ଶିକ୍ଷକ ରାଜେଶ ଖମାରୀ ମଞ୍ଚାସୀନ ଥିଲେ । ଡିସେମ୍ବର ମାସରେ ହେବାକୁ ଥିବା ଜୁବିଲି ସମାରୋହକୁ ଭବ୍ୟ ଓ ଆକର୍ଷଣୀୟ କରିବାକୁ ବହୁ ଆଲୋଚନା ଉପସ୍ଥାପନ କରାଯାଇଥିଲା । ସଭାପତି ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷକ କର୍ମଚାରୀଙ୍କୁ ସମାରୋହରେ ସାମିଲ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଂପାଦକ ଜୁବିଲି ପାଳନ ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପ୍ରତି ବେଚ୍‌ର ପୁରାତନ ଛାତ୍ର ମାନଙ୍କ ପ୍ରତିନିଧି ମାନେ ସେମାନଙ୍କ ବେଚର ସମସ୍ତଙ୍କ ସହ ଯୋଗାଯୋଗ କରି ସହଯୋଗ ରାଶି ସଂଗ୍ରହ ତଥା ଆଲମୁନି ଭାବେ ପଞ୍ଜିକରଣ କରିବାକୁ ଅଭିଯାନ ଆରମ୍ଭ ପ୍ରସ୍ତାବ ଗୃହିତ ହୋଇଥିଲା । ଦୁର୍ଗାପୂଜା ଉପରେ ୧୭ ତାରିଖ ରବିବାର ଦିନ ଆଉ ଏକ ବୈଠକରେ ସମସ୍ତେ ମିଳିତ ହୋଇ ନିଜ ନିଜ ବେଚର ସଂଗୃହୀତ ସହଯୋଗ ରାଶି କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତଙ୍କ ନିକଟରେ ପଇଠ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ଉପସଭାପତି ମନୋରଞ୍ଜନ ସିଂ ବରିହା, ବେଣୁମାଧବ ଦୋରା, ତୀର୍ଥବାସୀ ପଣ୍ତା, ପ୍ରତାପ ମିଶ୍ର, ଅଧ୍ୟାପକ କୃଷ୍ଣ ମୋହନ ପଣ୍ତା, ରାଧା ମାଧବ ଦୋରା, ଶ୍ୟାମସୁନ୍ଦର ସାହୁ, ଡ. ଅଶୋକ କୁମାର ଦାଶ, ଡ.ସୁଦୀପ୍ତ ଦାସ, ବିକାଶ ବହିଦାର, ହେମନ୍ତ ପଟ୍ଟନାୟକ, ସୁଶାନ୍ତ ରଥ, ସଂବିତ ପଟ୍ଟନାୟକ, ଡ.ଜିତେନ୍ଦ୍ରନାଥ ଗୁରୁ, ରାଜ କିଶୋର ଯୋଶୀ, ମହମ୍ମଦ ଇକବାଲ, ଗଙ୍ଗାଧର ପାଢୀ, ଆକାଶ କୁମାର ଚୌହାନ, ମହିପାଳ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହସମ୍ପାଦକ ଗୋବିନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.