csstore

ଖଲ୍ଲିକୋଟ ସହରରେ ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ପାର୍ଶ୍ଵ ଦେବାଦେବୀଙ୍କ ମଧ୍ୟରେ ଥିବା ମା’ ଲକ୍ଷ୍ମୀଙ୍କର ମନ୍ଦିରରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ଡ. ଏ. ପି. ଜେ. ଅବଦୁଲ କଲାମ ଜନକଲ୍ୟଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ନିମିତ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଟ୍ରଷ୍ଟ ଦ୍ୱାରା ଉନ୍ମୋଚିତ ବାର୍ଷିକ ପତ୍ରିକା ସ୍ମୃତିସୁଧାର କଳେବର ବୃଦ୍ଧି କରିବା ନିମିତ୍ତ ମୋ ଗୁରୁ ଉପରେ ଲେଖା ପଠାଇବାକୁ ପରାମର୍ଶ ଦିଆଯାଇଥିଲା । ଏହା ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ଲେଖା ପଠାଇବାକୁ ସ୍ଥିର କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟପରାମର୍ଶଦାତା ଭାବରେ ସର୍ବଭାରତୀୟ ଲୋକ ସେବକ ମଣ୍ଡଳର ସମ୍ପାଦକ ତଥା ସମାଜର ମୁଦ୍ରଣ ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନାଙ୍କୁ, ବାର୍ଷିକ ଉତ୍ସବର ସଂପାଦକ ଭାବେ ପଞ୍ଚାନନ ସୁରଙ୍କୁ, ସଂଗଠନର ସମ୍ପାଦିକା ଶ୍ରୀମତୀ ବିଦ୍ୟୁତ୍ ପ୍ରଭା ଦାସ ଏବଂ କୋଷାଧ୍ୟକ୍ଷ ଭାବରେ ମହାଦେବ ମଲ୍ଲିକଙ୍କୁ ସର୍ବ ସମ୍ମତିକ୍ରମେ ମୋନୋନୀତ କରଯାଇଥିଲା । ଖଲ୍ଲିକୋଟ ଥାନା, ଖଲ୍ଲିକୋଟ ଏନ.ଏ.ସି. ଏବଂ ଡକ୍ଟର. ଏ.ପି.ଜେ. ଅବଦୁଲ କଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ସାଇବର କ୍ରାଇମ ଉପରେ ସଚେତନତା ଶିବିରକୁ ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଖଲ୍ଲିକୋଟରେ ଥିବା ପାଠାଗାରର ଉପର ମହଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଏଣୁ ଏହାକୁ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିବା ପାଇଁ ସଭାରେ ନିଷ୍ପତି ନିଆଯାଇଥିଲା । ଏହା ବ୍ୟତୀତ ଛଅ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ନେଇ ସ୍ଥିର ହୋଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଡ. ହରପ୍ରସାଦ ମହାପାତ୍ର, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ରଥ, ଟ୍ରଷ୍ଟି ଅଧ୍ୟାପିକା ଜ୍ୟୋସ୍ନା କୁମାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲାର ଜଳସାଥୀର ସଭାନେତ୍ରୀ ସୁପ୍ରଭା ରାଉତ, ଶ୍ରୀମତୀ ପ୍ରଭାତୀ କୁମାରୀ ଦାସ, ସଭ୍ୟା ବିଦ୍ୟୁତପ୍ରଭା ଦାସ, ନର୍ମଦା ଗୌଡ଼, ଜୟ ପାତ୍ର, ବରିଷ୍ଠ ଆଇନଜୀବୀ ବିନାୟକ ସାହୁ, ବିଦ୍ୟୁତ୍ ବିଭାଗର କନିଷ୍ଠ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ଷଡଙ୍ଗୀ, କାଉନସିଲର ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଓ ତାଲିମ କେନ୍ଦ୍ର (ଗଞ୍ଜାମ) ଖଲ୍ଲିକୋଟର ଅଧ୍ୟାପକ ନବୀନ କୁମାର ପ୍ରମାଣିକ, ସଭ୍ୟ ମହାଦେବ ମଲ୍ଲିକ, ଦଣ୍ଡପାଣି ବେହେରାଙ୍କ ସମେତ ପ୍ରମୁଖ କବି ଓ ସମାଜସେବୀ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ କବି ବିଦ୍ୟୁତପ୍ରଭା ଦାସ ଧନ୍ୟବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.