oom

ମୁରିବାହାଲ ବ୍ଲକସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ସମିତିର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୀତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତିର ସଭା ଗୃହରେ ମୁରିବାହାଲ ବ୍ଲକସ୍ତରୀୟ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ସମିତିର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି, ପୋଲିସ ଥାନା ଅଧିକାରୀ ସିପୋରା ସରାୟ ଲୁଗୁନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜେଶ କୁମାର ଝାଙ୍କର ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ରାଜସ୍ୱ ବିଭାଗ, ପଞ୍ଚାୟତି ରାଜ ବିଭାଗ, ଜଙ୍ଗଲ ବିଭାଗ, ବିଦ୍ୟୁତ୍ ବିଭାଗ ଭଳି ସମସ୍ତ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ସଭାରେ ସର୍ବସମ୍ମତି କ୍ରମେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ସମିତି ମୁରିବାହାଲ ବ୍ଲକ ଶାଖାର ସଭାପତି ରୂପେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଉପ ବିଭାଗୀୟ ଅଧିକାରୀ ନକୁଳ ମାଝୀ, କାର୍ଯ୍ୟକାରୀ ସଭାପତି ବିରଞ୍ଚି ମାଝୀ, ସାଧାରଣ ସମ୍ପାଦକ ତରୁଣ ଦୀପ, ସହସଂପାଦକ ଅଜିତ୍ କୁମାର ତରିଆ, ସାଂଗଠନିକ ସମ୍ପାଦକ ଭଗତ ନାଗ, ନିୟୋଜନ ସମ୍ପାଦକ ଯଶୋଦା ମାଝୀ, ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ଦୀପ, ଆର୍ଥିକ ସମ୍ପାଦକ କୁମଦୀନି କୁଅଁର, ସହସମ୍ପାଦକ ଶଶାଙ୍କ ମଲ୍ଲିକ ଓ ଅଡିଟର ରୂପେ ପଙ୍କଜିନି ବାଗ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଏହି ବୈଠକରେ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.