oom

ରାଜ ବୋଡାସମ୍ବର ବ୍ଲକ ଯାଦବ ସମାଜ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଳକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ବରଗଡ଼ ଜିଲ୍ଲା ଯାଦବ ସାସ୍କୃତିକ ସମାଜର ଜିଲ୍ଲା ସଭାପତି ରାଜୁ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ସଭାପତି କେଶବ ଚନ୍ଦ୍ର ଜାଲ ବୈଠକ ପରିଚାଳନା କରିଥିଲେ । ବ୍ଲକ ସଭାପତି ନୂତନ ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରି ସଂଗଠନ ବିଷୟରେ ଆଲୋକପାତ କରିଥିଲେ । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ଯାଦବ ସଭାପତି ଓମ୍‌ପ୍ରକାଶ ଭୋଇ ବ୍ଲକର ଯୁବ ଯାଦବ କମିଟୀ ଘୋଷଣା କରିଥିଲେ । ରାଜ ବୋଡାସମ୍ବର ପଦ୍ମପୁର ବ୍ଲକର ନୂତନ କର୍ମକର୍ତ୍ତା ଭାବେ ଚୟନ ହୋଇଥିବା ସଭାପତି କେଶବ ଚନ୍ଦ୍ର ଜାଲ, ଉପସଭାପତି ଶ୍ରୀନିବାସ ବାଗ, ସଂପାଦକ ଚିତ୍ତରଞ୍ଜନ ପାଣ୍ଡେ, ସହସଂପାଦକ ନିରାକାର ଜାଲ, ମହେନ୍ଦ୍ର ଜାଲ, ବିରଞ୍ଚି ଭୋଇ, କୋଷାଧ୍ୟକ୍ଷ ଓମ୍‌ପ୍ରକାଶ ଭୋଇ, ବିଚାର ମଞ୍ଚ ସଭାପତି ଧନମାଲି ହାତୀ, ପରମ୍ପରା ସଂସ୍କାର ପ୍ରମୁଖ ହେମନ୍ତ ପୁଞୀ, ଆଇନ ବିଭାଗ ପ୍ରମୁଖ ମନୋଜ ଭୋଇ, ସେବା ବିଭାଗ ପ୍ରମୁଖ ଯୁଧିଷ୍ଠିର ସଗରିଆ, ସୂଚନା ପ୍ରମୁଖ ନରେନ୍ଦ୍ର ଜାଲ, ଉପଦେଷ୍ଟା ମଣ୍ଡଳୀ ଉମାକାନ୍ତ ହାତୀ, ପୂର୍ଣ୍ଣଚନ୍ଦ୍ର ମହାକୁର, ସୋଭାକର ବନଛୋର, ଯୁବ ଯାଦବ ସଭାପତି ଯଦୁମଣୀ ହାତୀ, ଉପସଭାପତି ନିତେଶ ବାଗ, ସଂପାଦକ ବେଦପତି ବନଛୋର, ସହସଂପାଦକ ଗୋକୁଳ ବଗର୍ତ୍ତୀ କାର୍ଯ୍ୟକାରୀ କମିଟୀ ନିଳମଣୀ ବାଗ, ଜୟକୃଷ୍ଣ ଖୁଟୁଲା, ନିଳାଦ୍ରୀ ମହାକୁର, ଡୁଗୁରୁ ଭୋଇ, ସୁବାଷ ବାଗ, ରାଜୁ ପାଣ୍ଡେ, ସୁଶାନ୍ତ ମହାକୁର, ଖଗେଶ୍ୱର ବାଗ, ବ୍ୟବସ୍ଥା ପ୍ରମୁଖ ପରମେଶ୍ଵର ହତୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାଦବ ଭାଇମାନଙ୍କୁ ଗୁରୁଦାଇତ୍ବ ଦେବା ଘୋଷଣା କରି ପରିଶେଷରେ ଜିଲ୍ଲା ସଭାପତି ସମାରୋହ ଭାଷଣ ଦେଇ ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.