csstore

ବଲାଙ୍ଗିର ଜିଲ୍ଲା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

  • ଜାନୁୟାରୀ ୬ରୁ ୨୪ ତାରିଖରୁ ତାଲିମ ଦିଆଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଡଃ. ଧନଞ୍ଜୟ ସେଠ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସର୍ବମୋଟ ୭୬ଟି ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟରୁ ୫୪ ଜଣ ଅଧ୍ୟକ୍ଷ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମଟି ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମ ପାଇଁ ଶିକ୍ଷା ବିଭାଗ ୧୪ଲକ୍ଷ ୬୭ ହଜାର ୧୮୦ ଟଙ୍କା ଅନୁଦାନ ଦେଇଛନ୍ତି । ଜିଲ୍ଲାର ସର୍ବମୋଟ ୭୭୨୨ ଜଣ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ତାଲିମଦାତା ଭାବେ ମାଷ୍ଟର ଟ୍ରେନର କିମ୍ବା ପି.ଇ.ଆଇମାନେ ତାଲିମ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରିଶେଷରେ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ସୁଦାମ ଚରଣ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.