om academy

ଲୁହାସଂହା ଠାରେ ଚାଷୀ ସଂଗଠନ ଗଠନ କରିବାକୁ ପ୍ରସ୍ତୁତି ବୈଠକ

jsm
  • ସ୍ଵାଧୀନତା ୭୫ ବର୍ଷ ପରେ ଚାଷୀ ଅବହେଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଲୁହାସିଂହା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଚାଷୀ ବାବାଜୀ ମେହେରଙ୍କ ନେତୃତ୍ବରେ ଅସ୍ଥାୟୀ ସଭାପତି ସନ୍ତୋଷ ସିଂଦେଓଙ୍କ ଅଧ୍ୟକ୍ଷତାରେ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୁହାସିଂହା ସମବାୟ ସମିତି ଅଧିନସ୍ଥ ୫ ଖଣ୍ଡ ପଞ୍ଚାୟତର ପ୍ରାୟ ୨୯ ଖଣ୍ଡ ଗ୍ରାମର ଚାଷୀ ମାନେ ଯୋଗ ଦେଇଥିଲେ । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀ ଅବହେଳିତ, ଅଭାବି ବିକ୍ରୀ, ଠିକ୍ ସମୟରେ ସାର ଔଷଧ ପାଇପାରୁ ନଥିବାରୁ ଘୋର ଅସୁବିଧା ସମୁଖୀନ ହେଉଥିବା ବୈଠକରେ ମତ ପ୍ରକାଶ ପାଇ ଅସନ୍ତୋଷ ପ୍ରକାଶ ପାଇବା ସହ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ ଦାବୀ କରିବା, ଚାଷୀ ସଂଗଠନ ଗଠନ କରି ସହ ଚାଷୀ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡିକରେ ଚାଷୀ ସଂଗଠନ ଗଠନ, ସମେତ ଆଗାମୀ ଦିନରେ ୫ ଗୋଟି ପଞ୍ଚାୟତର ୨୯ ଖଣ୍ଡ ଗ୍ରାମର ଚାଷୀ ମାନଙ୍କୁ ନେଇ ଏକ ସ୍ଥାୟୀ ଚାଷୀ ସଂଗଠନ ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଅବସରପ୍ରାପ୍ତ କୃଷି ଅଧିକାରୀ ଧନେଶ୍ୱର ନାଗ ଯୋଗଦେଇ ଚାଷୀ ସଂଗଠନ ଗଠନର ଲକ୍ଷ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଚାଷୀ ନେତା କନ୍ଦପ ସୁଆର, ସୁଶିଲ କୁମାର ଗୁରୁ, ସୀମାଞ୍ଚଳ ପୁରୋହିତ, ସୁନାରାମ ପୁଟେଲ, ପ୍ରତାପ ସିଂହଦେଓ, ରାଜକିଶୋର ମେହେର, ଶଙ୍କର ରାଉତ, ସୌରୀ କୁମାର ସିଂହଦେଓ, ସୋଭାଗ୍ୟ କୁମାର ସିଂହଦେଓ, ପଞ୍ଚାନନ ହାତୀ, ଶିବ ଛତର, ବିପିନ ବରିହା କୁରେଶ୍ଵର ବରିହା, ହୂଷିକେଶ ବରିହା ରମାକାନ୍ତ ବରିହା, ଜଗବନ୍ଧୁ ବରିହା, ଚନ୍ଦ୍ରଶେଖର ବରିହା, କ୍ଷୀରସିନ୍ଧୁ ବନ୍‌ଛୋର, ଘନଶ୍ୟାମ ଥପା, ରମେଶ ପାଢି, ଶୁକୃ ଷାଣ୍ଢ, ଚୈତନ୍ୟ ପୁଟେଲ, ପାଣ୍ଡବ ବରିହାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିବା ବେଳେ କ୍ଷୀରସିନ୍ଧୁ ବନ୍‌ଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.