pakka

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଓ ଚୂଡାନ୍ତ ପ୍ରକାଶନ ନିମନ୍ତେ ବୈଠକ

  • ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କ ଭୋଟର ତାଲିକାରେ ନାମ ସଂଯୋଗୀକରଣର ବ୍ୟବସ୍ଥାପନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଭୋଟରଙ୍କ ଫଟୋ ସହ ଭୋଟର ତାଲିକାର ସମସ୍ତ ତଥ୍ୟ ସମ୍ବଳିତ ପ୍ରକାଶନ ନିମନ୍ତେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସେ ଜଣାଇଥିଲେ ଯେ, ଆଗାମୀ ତା. ୧ / ୧ / ୨୦୨୨ ରିଖ ଦିନ ନିର୍ଭୁଲ ତଥ୍ୟ ସମ୍ବଳିତ ତତ୍ତ୍ୱ ସମ୍ପୂର୍ଣ୍ଣ ଫଟୋ ସହ ଭୋଟର ତାଲିକା ପ୍ରକାଶନ କରିବା ଲକ୍ଷ୍ୟ ରଖାଯାଇଛି । ଏଥି ସକାଶେ ଚଳିତ ମାସ ଅଗଷ୍ଟ ୯ ତାରିଖ ଠାରୁ ତା.୩୧/୧୦/୨୦୨୧ ରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଗଣ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରି ଭୋଟର ତାଲିକା ସଂଶୋଧନ କରାଉଛନ୍ତି । ଆଗାମୀ ୧ ନଭେମ୍ବର ୨୦୨୧ ଦିନ ସମ୍ପୂର୍ଣ୍ଣ ତତ୍ତ୍ୱସମ୍ବଳିତ ଭୋଟର ତାଲିକା ଭୋଟ ଦାତାଙ୍କ ସକାଶେ ପ୍ରକାଶନ କରାଯିବ । ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦, ୨୦୨୧ ପର୍ଯ୍ୟନ୍ତ ଭୋଟ୍ ଦାତାଗଣ ଭୋଟ ତାଲିକା ପରଖି ସେମାନଙ୍କର ଆପତ୍ତି ଅଭିଯୋଗ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରିପାରିବେ । ତା.୨୦/୧୨/୨୦୨୧ ରିଖ ମଧ୍ୟରେ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣି ହେବ । ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ସଂଶୋଧିତ ଭୋଟର ତାଲିକା ପ୍ରକାଶନ କରାଯିବ ବୋଲି କୁହାଯାଇଛି । ୨୦୨୨ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ୧୮ ବର୍ଷ ବା ତଦୁର୍ଦ୍ଧ୍ବ ସେମାନେ ଫର୍ମ ନମ୍ବର ୬ ପୂରଣ କରି ନିଜ ନାମ ସଂଶୋଧନ କରାଇପାରିବେ । ଭୋଟର ତାଲିକାରେ ଭୋଟର ଦାତା ଗଣ ନାମ ସଂଯୋଗ, ସ୍ଥାନାନ୍ତରିତ ବ୍ୟକ୍ତି ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ବାଦ୍, ତତ୍ ସହିତ ଭୋଟର ତାଲିକାରେ ରହିଥିବା ତୃଟିକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବା ନିମନ୍ତେ ଭୋଟଦାତାର ନିର୍ଦ୍ଧାରିତ ଫର୍ମ ପୂରଣ କରି ନିର୍ଭୂଲ ଭୋଟର ତାଲିକା ପ୍ରକାଶନ କରିବାରେ ସହଯୋଗ କରିବା ପାଇଁ କୁହାଯାଇଛି । ଚଳିତ ବର୍ଷ ଭୋଟର ତାଲିକା ନୂତନ ଭାବେ ନାମ ସଂଯୋଗ କରିବା ବ୍ୟକ୍ତି ଅନ୍ ଲାଇନ୍ ମାଧ୍ୟମରେ ଫୋନ୍ ନମ୍ବର ତଥ୍ୟ ସହିତ ନାମ ପଞ୍ଜିକରଣ କରାଇବେ ଏବଂ ସେମାନେ ଆଧାର କାର୍ଡ ଡାଉନ୍ ଲୋଡ୍ କରିବା ଭଳି ଭୋଟର ପରିଚୟପତ୍ର ମଧ୍ୟ ଡାଉନ୍‌ଲୋଡ୍ କରି ପାଇ ପାରିବେ । ଏଥି ନିମନ୍ତେ ଭୋଟର ହେଲପିଙ୍ଗ ମୋବାଇଲ୍ ଆପ୍ ଅନ୍‌ଲାଇନ୍ ଫର୍ମ ପୂରଣ କରିପାରିବେ ଏବଂ ଏନ୍‌ଭିଏଚ୍‌ପି ପୋର୍ଟାଲରେ ପରିଚୟ ପତ୍ର ଡାଉନ୍‌ଲୋଡ୍ କରିବାର ସୁବିଧା ପାଇବେ । ଏ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ ଓ ସମ୍ବାଦିକଙ୍କୁ ନେଇ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେପୁଟି କଲେକ୍ଟର ନିର୍ବାଚନ ଡ. ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ରାଜନୈତିକ ଦଳର ପ୍ରତିନିଧିଗଣ ଏବଂ ପ୍ରେସ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

two × 4 =