csstore

ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ମା’ ପାଟଣେଶ୍ୱରୀ ମନ୍ଦିର ଏବଂ ମା’ ସମଲେଶ୍ୱରୀ ମନ୍ଦିର ଦେବୋତ୍ତର ବିଭାଗ ଅବହେଳା ଯୋଗୁଁ ଅଗଷ୍ଟ ୧୩ ତାରିଖ ଦିନ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାକୁ ନେଇ ପ୍ରତିବାଦ ସଭା କରାଯିବ ବୋଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁଦପଡା ହନୁମାନ ମନ୍ଦିର ପାଶ୍ୱର୍ରେ ଦେବାଳୟ ସୁରକ୍ଷା କମିଟି ମୁଖ୍ୟ ମନୋରଞ୍ଜନ ପୁରୋହିତଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ତିନି ବର୍ଷ ହେଲାଣି ମା’ ସମଲେଶ୍ୱରୀ ମନ୍ଦିର ଭୂଷୁଡି ଯିବା ପରେ ଟିଣ ଚାଦର ଦେଇ କାମ ଚଲାଇଥିବା ବେଳେ ଏ ସମୟରେ ପାଶ୍ୱର୍ ଦେବୀ ଭଗ୍ନ ଅବସ୍ଥାରେ ପୂଜା ପାଉଛନ୍ତି । ଏ ବର୍ଷ ଚାରିଆଡେ ଦଶହରା ପୂଜା ଧୁମ୍‌ଧାମ୍‌ରେ ପାଳନ ହେଉଥିବା ବେଳେ ସମଲେଇ ମନ୍ଦିରର ଭଗ୍ନ ମୂର୍ତ୍ତିଗୁଡିକୁ ପୂଜା କରିବା ଭକ୍ତମାନେ ଦୁଃଖ ପ୍ରକାଶ କରିଛନ୍ତି । ସେ ଭଳି ମା’ ପାଟଣେଶ୍ୱରୀ ମନ୍ଦିର ଭଙ୍ଗା ମକୁଟରେ ପୂଜା ପାଉଥିବା ବେଳେ ମରାମତି ହୋଇ ନ ଥିବାରୁ କମିଟି ନିଷ୍ପତ୍ତି ନେଇଛି ଯେ, ପ୍ରତିବାଦ କରି ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି । ୫ଟି ସଚିବ ମନ୍ଦିରମାନଙ୍କ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ପାରିନାହିଁ ଏଥିମଧ୍ୟ ନିରବ ପ୍ରତିବାଦ କରାଯିବ । ଏହି ବୈଠକରେ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ସୂଚନା କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, ଦେବାଳୟ ସୁରକ୍ଷା କମିଟି ଆବାହକ ପ୍ରଶାନ୍ତ ମହାକୁର, ଯୁବ କୁଲୁତା ସମାଜର ରିଣ୍ଟୁ ସାହୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.