ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ (ଗାନ୍ଧି ପାଠାଗାର)ରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୁଜା ଆୟୋଜନ ନିମନ୍ତେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଠାଗାରର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ ପୂଜା ଆୟୋଜନ ନିମନ୍ତେ ପାଠାଗାର ସଭାପତି, ସଂପାଦକ ପ୍ରଦୀପ ସାହୁ, ଉପସଭାପତି ସନ୍ତକ ବହିଦାର ସମେତ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । କାର୍ଯ୍ୟକାରୀ କମିଟି ସଦସ୍ୟ ଜିତେନ୍ଦ୍ର ନାଗ, ରିୟାଜ ଖାନ, ରାଜେଶ ହୋତା, ହୃଦୟନନ୍ଦ ସାହୁ (ସୁରୁ), ମହମ୍ମଦ ଅକବର, ବାଦଲ ସାହୁ, ରାଜେନ୍ଦ୍ର ପାଣି ପ୍ରମୁଖ ଚଳିତ ବର୍ଷ ଦୁର୍ଗାପୂଜାର ସମସ୍ତ ଦାୟିତ୍ୱ ବହନ କରି ଶାନ୍ତି ଶୃଙ୍ଖଳାର ସହ ପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ମା’ ଦୁର୍ଗାଙ୍କ ପୂଜା କାର୍ଯ୍ୟ ସଂପାଦନା ପାଇଁ ବରିଷ୍ଠ ସଭ୍ୟ ମହେନ୍ଦ୍ର ସାହୁ ଓ ବିଜୟ ରଥଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଉକ୍ତ ବୈଠକରେ ଉପସଭାପତି ସନ୍ତକ ବହିଦାର ବିଭିନ୍ନ ବିଷୟରେ ଆଲୋଚନା କରି ପୂଜାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଉକ୍ତ ବୈଠକରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ଚିତ୍ତ ରଂଜନ ସାହୁ, ରାଜେନ୍ଦ୍ର ମିଶ୍ର, ସଂଗ୍ରାମ ବହିଦାର, ଧର୍ମବ୍ରତ ରଥ, ପ୍ରମୋଦ ପ୍ରଧାନ, ପ୍ରମୋଦ ସାହୁ, ଅଜିତ ପଣ୍ଡା, ଦିଲିପ ସାହୁ, ବିଶ୍ୱଜିତ ସାହୁ, ପ୍ରମୁଖ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ପାଠାଗାରର ସଂପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।