csstore

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କଲେଜ ଛକ ସ୍ଥିତ ବିଦ୍ୱାନ ଏକାଡେମୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଡିପିଡିଏ) ବଲାଙ୍ଗିରର ନେତୃତ୍ୱରେ କନିଷ୍ଠ ଶିକ୍ଷକ ସଂଘ ତଥା କଳା ଓ କ୍ରିଡା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସିତୋଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବିଗତ ୨୦୨୨ ମସିହା ନଭେମ୍ବର ମାସରେ ୩ ଦଫା ଦାବୀ ସମ୍ପର୍କିତ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ମୁଖ୍ୟ ଶାସନ ସଚିବ ଓଡିଶାଙ୍କ ଲିଖିତ ପ୍ରତିଶୃତି କ୍ରମେ ସାମୟିକ ସ୍ଥଗିତ ରଖାଯାଇଥିଲା । ପରିବର୍ତ୍ତିତ ସଙ୍ଘୀୟ ନିଷ୍ପତ୍ତିକୁ ଭିତ୍ତି କରି ଏୟୁପିଟିଏଫ୍‌ର ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ସମର୍ଥନ ଜଣାଉଛି କିନ୍ତୁ ବିଗତ ଆନ୍ଦୋଳନର ଅନୁଭୁତିରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌) ଉପଲବ୍ଧି କରିଛି ଯେ, ସମୁହ ଛୁଟି (ମାସ ଲିଭ୍‌) ସଫଳତାର ଏକମାତ୍ର ବିକଳ୍ପ । ତେଣୁ ସାଂପ୍ରତିକ ପରିସ୍ଥିତିରେ ରାଜ୍ୟସାରା ସମୁହ ଛୁଟି ଆନ୍ଦୋଳନ ଯଥାଶୀଘ୍ର ଘୋଷଣା କରିବାକୁ ଏୟୁପିଟିଏଫ୍‌ର ରାଜ୍ୟ ତଥା ଜିଲ୍ଲା ସଂଗଠନକୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏନ୍‌ପିଏସ୍‌ ଆହ୍ୱାନ ଜଣାଉଛି । ଯଦି ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ଓଡିଶାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ଧାରଣ କରିବ ବୋଲି ବୈଠକରେ ଶିକ୍ଷକ ସଂଘର ସଭାପତି ସିତୋଶ କୁମାର ପାଣିଗ୍ରାହୀ, ସଂପାଦକ ଚକାନନ୍ଦ କମ୍ପ, କାର୍ଯ୍ୟକାରୀ ସଭାପତି କରୁଣାକର ପଟେଲ, କନିଷ୍ଠ ଶିକ୍ଷକ ସଂଘର ସଭାପତି ରାୟଦତ୍ତ ବିଶ୍ୱାଲ, କଳା କ୍ରୀଡା ଶିକ୍ଷକ ସଂଘର ସଂପାଦକ ଗୋବିନ୍ଦ ଶବର ତଥା ଶିକ୍ଷକ ପ୍ରତିନିଧି ସୁମନ ସାହୁ, ସୁଶିଲ ପୋଡ, ଆଶିଷ ସିଂ ଭୋଇ, ମୋହନ ସାହୁ, ସଞ୍ଜିବ ଷଡଙ୍ଗି, ଜ୍ୟୋତି ପ୍ରକାଶ ଷଡଙ୍ଗି, ରାଜେଶ ସୁନା, ରାଜ କୁମାର ରଣା, ପୀତବାସ ମହାଲିଙ୍ଗ, କମଳ ଲୋଚନ ସାହୁ, ନରେଶ ସେଠି ପ୍ରମୁଖ ମତପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.