csstore

ଓଡ଼ିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘର ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘ ସଲଗ୍ନ ଭାରତୀୟ ମଜଦୁର ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରମ୍ଭା ସହର ସ୍ଥିତ ଲକ୍ଷ୍ମୀପୁର ସାହିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରିଶ ଚନ୍ଦ୍ର ମହନ୍ତ, ସମ୍ମାନୀୟ ଅତିଥି ଭାବେ ଓଡିଶା ମତ୍ସ୍ୟଜୀବୀ ପ୍ରମୁଖ ତଥା କୋଠାବାଡ଼ି କଲ୍ୟାଣ ସଦସ୍ୟ ଲକ୍ଷଣ ଦାଶ, ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଅଣ ସଂଗଠିତ କ୍ଷେତ୍ର ପ୍ରମୁଖ ଭାବନୀ ଶଙ୍କର ଦାଶ, ଜିଲ୍ଲା ମତ୍ସ୍ୟଜୀବୀ ପ୍ରମୁଖ ତଥା ସଂଗଠନ ସମ୍ପାଦକ ଅର୍ଜୁନ କୁମାର ବେହେରା, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ପ୍ରମୁଖ ଯୋଗଦେଇ ମତ୍ସ୍ୟଜୀବୀମାନଙ୍କ ସାମୂହିକ ସମସ୍ୟା ସମାଧାନ ପାଇଁ ସରକାର ଗୁରୁତ୍ୱ ଦେବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଚିଲିକା, ସାମୁଦ୍ରିକ ଓ ଋଷିକୁଲ୍ୟା ନଦୀ ଏବଂ ନାଳ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ପରମ୍ପାରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ରହିଥିବା ବିଭିନ୍ନ ନ୍ୟାର୍ଯ୍ୟଦାବୀକୁ ନେଇ ସରକାର ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା । ଅର୍ଜୁନ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀ ମଜଦୁର ସଙ୍ଘ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା । ସଭାପତି ଭାବେ ଡ଼ଃ. ଭାବନୀ ଶଙ୍କର ଦାଶ, କାର୍ଯ୍ୟକାରୀ ସଭାପତି ଭୀମସେନ ବେହେରା, ଉପସଭାପତି ରାଜା ରାଓ, ଉମାକାନ୍ତ ବେହେରା, ସମ୍ପାଦକ ଅର୍ଜୁନ କୁମାର ବେହେରା, ସହ ସମ୍ପାଦକ ରାମା ରାଓ, ବିଜୟ ଲକ୍ଷ୍ମୀ ବଲ୍ଲା, କୋଷାଧ୍ୟକ୍ଷ ଅଜିତ ବେହେରା, କାର୍ଯ୍ୟକାରୀ ସଭ୍ୟ ପଞ୍ଚୁ ବେହେରା ଭାସ୍କର ବେହେରା, ଏ. କାଳେୟା ପ୍ରମୁଖଙ୍କୁ ଘୋଷଣା କରାଯାଇଥିଲା । ସେହିପରି ରମ୍ଭା ୟୁନିଟ ସଭାପତି ଚିନ୍ତାମଣି ବେହେରା, ଉପସଭାପତି ସେନାପତି ବେହେରା, ସମ୍ପାଦକ ମହେଶ୍ୱର ବେହେରା, କୋଷାଧ୍ୟକ୍ଷ ରଘୁନାଥ ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମ୍‌ଏସ୍‌ ବରିଷ୍ଟ କର୍ମକର୍ତ୍ତା ମଞ୍ଜୁବାଳା ପାଣିଗ୍ରାହୀ, ସରସ୍ୱତୀ, ଆଚାରି, ଚପଳା ନାୟକ, ଅମିତା, ଅର୍ଜୁନ ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.