pakka

ରାଉରକେଲା ନାଗରିକ ସୁରକ୍ଷା କମିଟିର ଜରୁରୀ ବୈଠକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟିର ଏକ ଜରୁରୀ ସାଧାରଣ ପରିଷଦ ବୈଠକ କମିଟିର ପ୍ରମୁଖ ସଦସ୍ୟ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିଭିନ୍ନ ଦାବୀ ଉପରେ ଯୁବ ଛାତ୍ର ମହିଳା ସଂଗଠନମାନଙ୍କୁ ଏକତ୍ରିତ କରିବା ସହ ଏକ ଜିଲ୍ଲାସ୍ତରୀୟ କନଭେନସନ ଆଗାମୀ ଅଗଷ୍ଟ ୨୦ ତାରିଖରେ ସଂଗଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାସ୍ତରୀୟ କନଭେନସନ ପୂର୍ବରୁ ଜୁନ୍ ୧୧ ତାରିଖରେ ଯୁବ ଛାତ୍ରମାନଙ୍କୁ ଏକଜୁଟ କରି ଏକ କନଭେନସନ ସଂଗଠିତ କରାଯିବ । ସେହିପରି ଜୁନ୍ ୨୫ ତାରିଖରେ ସହରର ସମସ୍ତ ଶ୍ରମିକ ସଂଗଠନ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, କର୍ମଚାରୀମାନଙ୍କୁ ନେଇ ଏକ କନଭେନସନ ଅନୁଷ୍ଠିତ ହେବ । ଅନୁରୂପ ଭାବେ ଜୁଲାଇ ୭ ତାରିଖରେ ସହରର ବିଭିନ୍ନ ସାହିତ୍ୟ/ସାମାଜିକ ଓ ସାଂସ୍କୃତିକ ଓ ନାଟ୍ୟ ସଂଗଠନକୁ ନେଇ ଏକ କନଭେନସନ ଅନୁଷ୍ଠିତ ହେବାକୁ ଥିଲା ବେଳେ ଜୁଲାଇ ୧୬ ତାରିଖରେ ବିଭିନ୍ନ ମହିଳା ସଂଗଠନ ଓ ବିଭିନ୍ନ କ୍ଷେତ୍ରର ମହିଳାମାନଙ୍କୁ ଏକତ୍ରିତ କରି ଏକ କନଭେନସନ ଅନୁଷ୍ଠିତ ହେବ । ଏହା ପରେ ଅଗଷ୍ଟ ୨୦ ତାରିଖ ଜିଲ୍ଲାସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ବ୍ୟାପକ ରୂପ ଦେବାସହ ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ଏମ୍ସ ଦ୍ୱାରା ପରିଚାଳନା କରିବା, ତାଳଚେର-ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ରାଉରକେଲାରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପ୍ରଭୃତି ଦାବୀ ଯାହା ନାଗରିକ ସୁରକ୍ଷା କମିଟି ଉପସ୍ଥାପନ କରିଛି, ସେହି ଦାବୀକୁ ନେଇ ଭୁବନେଶ୍ୱର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ଦୀର୍ଘ ଦିନ ହେବ କରାଯାଇଥିବା ଅବହେଳା ବିରୁଦ୍ଧରେ ପ୍ରତିବାଦ କରାଯିବା ସହିତ ତୁରନ୍ତ ଦାବୀ ଉପରେ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରାଯିବ । ଗତକାଲି ଜଗଦା ସ୍ଥିତ ମା’ ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଆଲୋଚନା ସଭାରେ ରାଉରକେଲା ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି, ବୈଦ୍ୟନାଥ ଦାସ, ସତ୍ୟପ୍ରିୟ ମହାନ୍ତି, ବିମାନ ମାଇତି, ମନୋରଞ୍ଜନ ଦାଶ, ଗଣେଶ ପ୍ରଧାନ, ପଶୁପତିନାଥ ଚାଟାର୍ଜୀ, ସୁକାନ୍ତ ଖୁଣ୍ଟିଆ, ପିତାମ୍ବର ନାୟକ, ଶ୍ରୀମନ୍ତ ବେହେରା, ଅନୂସୟା ପଣ୍ଡା, ସୁରେନ୍ଦ୍ର ଦାଶ, ଜଟାଧାରୀ ମାଝୀ, ରାଜ କିଶୋର ପ୍ରଧାନ, ପ୍ରଭାତ କୁମାର ମହାନ୍ତି, ଲକ୍ଷ୍ମୀଧର ନାୟକ, ବସନ୍ତ ନାୟକ, ସୁରେଶ ଜେନା, କରୁଣାକର ସାହୁ, କୁଞ୍ଜ ବିହାରୀ ରାଉତ, କାର୍ତ୍ତିକ ପାଣ୍ଡବ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ସଂସଦ ଅଧିବେଶନ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ରେଳ, ସ୍ୱାସ୍ଥ୍ୟ ଓ ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

jay balangir
Leave A Reply

Your email address will not be published.

nineteen − one =

error: Content is protected !!