ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ୱାର୍ଡ ନଂ. ୧୫ ଓ ୧୬ର ଉନ୍ନତିକରଣ ଓ ସମସ୍ୟାକୁ ନେଇ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷତଃ ଲୋକଙ୍କ ପାନୀୟ ଜଳ, ରାସ୍ତାଘାଟ ଉନ୍ନତିକରଣ ଇତ୍ୟାଦି ଉପରେ ସଭ୍ୟମାନେ ଆଲୋକପାତ କରିଥିଲେ । ପଡାର ରାସ୍ତା, ଖାଲ ଢିପରେ ପରିପୂର୍ଣ୍ଣ ହୋଇଥିବା ବେଳେ ନାଳ ନର୍ଦ୍ଦମା ସଫା ସୁତୁରା ନିୟମିତ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଟିକ୍ରାପଡା ପ୍ରହରୀ ଛକଠାରୁ ଆଶୁତୋଷ ଛକ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ ଓ ନାଳ ନର୍ଦ୍ଦମା ପ୍ରଶସ୍ତିକରଣ ନିମନ୍ତେ ସିମେଣ୍ଟ ନାଳ ତିଆରି ପାଇଁ ପୌରପାଳିକାଙ୍କୁ ଅନୁରୋଧ କରାଯାଇଥିଲା । ମାଲପଡା ସ୍କୁଲର ଗୃହ ଭାଙ୍ଗି ଯାଇଥିବାରୁ ନୂତନ ଭାବେ ନିର୍ମାଣ ପାଇଁ ପ୍ରସ୍ତାବମାନ ଦିଆଯାଇଥିଲା । ଉକ୍ତ ଆଲୋଚନା ସଭା ମାଧ୍ୟମରେ ଉପଦେଷ୍ଟା ତରୁଣ ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ସଂପାଦକ ପଂଚାନନ ସେଠ ଆଲୋଚନାରେ ଭାଗ ନେଇଥିଲେ । ଶ୍ରୀ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଉକ୍ତ ସଭାରେ ପଡାର ସମସ୍ତ ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ଶତପଥି, ବସୁଦେବ ନାଗ, ଅଶୋକ କୁମାର ଚାନ୍ଦ, ଆକୁଳ ବେହେରା, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା ପ୍ରମୁଖ ସମସ୍ତେ ଆଲୋଚନାରେ ଭାଗ ନେଇଥିଲେ । ପରିଶେଷରେ ସଂପାଦକ ପଂଚାନନ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × 1 =