ରେଳ ଉପଭୋକ୍ତା ସଂଘ ତରଫରୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକଲୋଚନକୁ ଆଣି ଜିଲ୍ଲାର ପ୍ରତିନିଧି ଏବଂ ରେଳ ବିଭାଗର ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ଆସିଛନ୍ତି । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ଦାବୀଗୁଡିକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ମାଧ୍ୟମରେ ବଲାଙ୍ଗିରବାସୀଙ୍କ ଦୁଃଖ ଜଣାଇଥିବାରୁ ସଂଘ ତରଫରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ଅଶୋକ ଚାନ୍ଦ, ନାରାୟଣ ପାଢୀ, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ ପ୍ରମୁଖ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଦାବୀମାନଙ୍କ ମଧ୍ୟରେ ମୁଖ୍ୟତଃ ଦିଲ୍ଲୀ-ପ୍ରୟାଗରାଜକୁ ସିଧାସଳଖ ଟ୍ରେନର ବ୍ୟବସ୍ଥା, ଭୁବନେଶ୍ୱରକୁ ଗୋଟିଏ ଦିନରେ ଫେରି ଆସିବା ବ୍ୟବସ୍ଥା, ବଲାଙ୍ଗିର ଖୋର୍ଦ୍ଧା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବଲାଙ୍ଗିର ଷ୍ଟେସନକୁ ଗ୍ରେଡ ଏ ମାନ୍ୟତା ଦେବା, ରେଳ ବଗି ଧୋଇବା ବ୍ୟବସ୍ଥା, ଖରାକୁ ଦେଖି ଯାତ୍ରୀଙ୍କ ଉପରେ ଶୀତଳ ଜଳ ସିଞ୍ଚନ ଓ ପ୍ରାଥମିକତା ଭାବରେ ବୟସ୍କ ଓ ରୋଗୀମାନଙ୍କ ପାଇଁ ଦୁଇଟି ଲିଫ୍ଟର ବ୍ୟବସ୍ଥା ସହ ଅନ୍ୟ ଏକ ପାଦଚଲା ପଥ ନିର୍ମାଣ, ୨ ଏବଂ ୩ ନଂ. ପ୍ଲାଟଫର୍ମରେ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଏଥିରେ ଉଲ୍ଲେଖ ଅଛି ।

Leave A Reply

Your email address will not be published.

five + 6 =