ଚୈତ୍ର ପୂର୍ଣ୍ଣିମା ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଏପ୍ରିଲ ୬ ତାରିଖରେ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳନ କରାଯିବା ପାଇଁ ସ୍ଥିରୀକୃତ ହୋଇଥିଲା । ସକାଳ ଘ. ୭ ସମୟରେ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯିବ ଓ ଘ.୮.୩୦ ମି. ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ସଂପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ଜିତେନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଅମିତ ବାରିକ, ସଭ୍ୟ ଦିନେଶ ପ୍ରଧାନ, ବାସୁଦେବ ସାହୁ, ପ୍ରେମ କିଶୋର ସାହୁ ଓ ଉପଦେଷ୍ଟା ଶ୍ରୀମନ୍ତ ଗଡତ୍ୟା ତଥା ବିଭିନ୍ନ ବ୍ଲକର ଯୁବ ଭାଇମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.