oom

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ପଶ୍ଚିମ ପ୍ରାନ୍ତର ଆଭାଷି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତା’ର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହାର ପ୍ରସ୍ତୁତି ପାଇଁ ଏକ ଅନ୍‌ଲାଇନ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରାନ୍ତ ଦାୟିତ୍ଵରେ ଥିବା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରବିକାନ୍ତ ଜୈସୱାଲ୍, ପୂର୍ବ କ୍ଷେତ୍ର୍ ସଂଗଠନ ସମ୍ପାଦକ ରାମଚନ୍ଦ୍ର ସ୍ଵାଇଁ, ସହ ମନ୍ତ୍ରୀ ବଦ୍ରି ନାରାୟଣ ମହାରଣା, ପ୍ରାନ୍ତ ସାଧରଣ ସମ୍ପାଦକ ମାଣିକ ଲାଲ ବର୍ମା, ସଂଗଠନ ସମ୍ପାଦକ ସତ୍ୟନାରାୟଣ ପଟେଲ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ସେପ୍ଟେମ୍ବର ୮ରୁ ୧୦ ତାରିଖରେ ଦିଲ୍ଲୀରେ ଜୟନ୍ତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ନେଇ ହେବ । ଦିଲ୍ଲୀ ଉଦ୍‌ଘାଟନ ସତ୍ରର ପରେ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଗୁଡିକ କରାଯିବ । ଜିଲ୍ଲାରେ ଇତି ମଧ୍ୟରେ କମିଟି ମାନ ପ୍ରସ୍ତୁତି କରି ସବ୍‌ଡିଭିଜନ ଓ ବ୍ଲକ ତହସିଲ ସ୍ତରକୁ ଯାଇ କମିଟି ମାନ ଗଠନ କରି ଅଧିକ ସଚେତନତା ସୃଷ୍ଟି ସଙ୍ଗେ ସଙ୍ଗେ ହାଇସ୍କୁଲ ଛାତ୍ରଛାତ୍ରୀ, କଲେଜ ଗୁଡିକରେ କାର୍ଯ୍ୟକ୍ରମ ମାନ କରିବା ପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା । ପ୍ରତି ଜିଲ୍ଲାର ମହିଳା ଗୃହିଣୀ ଛାତ୍ରୀମାନଙ୍କୁ ସକ୍ରିୟ କରିବାକୁ ବିଭିନ୍ନ ଜିଲ୍ଲା କରିବାକୁ ଥିବା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ପ୍ରତି ଜିଲ୍ଲାରେ ସେମାନେ ସଦସ୍ୟତା ଗ୍ରହଣ କରି ବିଭିନ୍ନ ଗ୍ରାହକ ସଚେତନତା ଓ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୮ ସେପ୍ଟେମ୍ବର ୨୦୨୪ରେ ସମାପନ ହେବ ତା’ପୂର୍ବରୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରରେ ବୈଠକ କରି ଆଗାମୀ ତିନିମାସ ଭିତରେ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, ଉପସଭାପତି ମହେଶ୍ଵର ସାହୁ, ସମ୍ପାଦକ ଅଧିବକ୍ତା ଅଶୋକ ମିଶ୍ର, ରାୟଗଡାରୁ ଆବାହକ ଅଧିବକ୍ତା କିଶୋର ସାହୁ, ରଜତ ରଞ୍ଜନ ଖଟୁଆ, ଗଣେଶ ସାହୁ, ପରମାନନ୍ଦ ପଧାନ, କୁମାରୀ ବଡ଼ତ୍ୟା, ସୁନ୍ଦରଗଡ଼ରୁ ମିନାକ୍ଷୀ ନାଏକ ସାମ୍ବାଦିକ, ବଲାଙ୍ଗିରରୁ ଦେବବ୍ରତ ରଥ, ବିଶ୍ଵନାଥ ତ୍ରିପାଠୀ, ସଂଯୁକ୍ତା ମିଶ୍ର, ରଞ୍ଜିତା ମିଶ୍ର, ଅଧ୍ୟାପକ ଜୟ ଚନ୍ଦ୍ର ସାହୁ, ବରଗଡ଼ରୁ ପ୍ରୀତମ ସିଂହ ଓ ତ୍ରିନାଥ କାଲସା, ରାଉରକେଲାରୁ ସରୋଜ ପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସତ୍ୟ ନାରାୟଣ ପଟେଲଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିବା ସହ ଶାନ୍ତି ପାଠ ପରେ ବୈଠକ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.