jsm

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାରେ ପର୍ଶୁରାମଙ୍କ ଜନ୍ମୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ପର୍ଶୁରାମଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ପର୍ଶୁରାମ ସମାଜ ତରଫରୁ କିଭଳି ଧୁମ୍‌ଧାମ୍‌ରେ ଜନ୍ମୋତ୍ସବ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ତାରିଖରେ ହେବାକୁ ଥିବା ଏହି ଜନ୍ମୋତ୍ସବ ପାଳନ କରାଯିବା ନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତାମତ ଦେଇଥିଲେ । ତେବେ ସୁରୁଖୁରୁରେ ଏହି ଜନ୍ମୋତ୍ସବକୁ କିପରି ପାଳନ କରାଯିବ ସେନେଇ ଚର୍ଚ୍ଚା କରିବା ପରେ ଏକ କମିଟି ଗଠନ କରି କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଆରୁଶ ଶର୍ମା, ଉପ ସଭାପତି ରାଜେଶ ଶର୍ମା, ସଚିବ ମିଣ୍ଟୁ ଶର୍ମା, କୋଷାଧ୍ୟକ୍ଷ ଭାବେ ପୀୟୁଷ ଶର୍ମାଙ୍କୁ ଚୟନ କରାଯାଇଛି । ଏହି ବୈଠକରେ ଦିନେଶ ଶର୍ମା, ଦେବୀ ପ୍ରସାଦ ଶର୍ମା, ସୁନିଲ ଶର୍ମା, ପିତାମ୍ବର ଶର୍ମା, ନେମି ଶର୍ମା, ମୋହନ ଶର୍ମା, ରାଜେଶ ଶର୍ମା, ହରିଶ ଶର୍ମା, ଈଶ୍ୱର ଶର୍ମା, ଗଙ୍ଗାଧର ଶର୍ମା, ମନୋଜ ଶର୍ମା, ବିବେକ ଶର୍ମା, ଦୀପକ ଶର୍ମାଙ୍କ ଉପସ୍ଥିତିରେ ନୂତନ ସଦସ୍ୟଙ୍କୁ ପୂର୍ବତନ ଅଦ୍ଧକ୍ଷ ଦିନେଶ ଶର୍ମା ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

yuvodaya
Leave A Reply

Your email address will not be published.