pakka

କୁନି ବୈଜ୍ଞାନିକ ସମ୍ବର୍ଦ୍ଧିତ : ଛାତ୍ରଛାତ୍ରୀ ମନରେ ଉତ୍ସାହର ଲହରି

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ସ୍ୱରୁପା ପଲିଆଙ୍କ ପ୍ରୋଜେକ୍ଟ ମଲ୍ଟି ଏଜ ହାଇଟେକ ବେସିନ ଜାତୀୟ ସ୍ତରକୁ ମନୋନୀତ ହୋଇ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେଲା ପରେ ଛାତ୍ରୀ ସ୍ୱରୂପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭା ସୋମବାର ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆ ପରିସରରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପିଡ଼ି ଡିଆରଡିଏ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ସମୀକ୍ଷକ ଦେବେନ୍ଦ୍ର ଦେହୁରୀ, ଗାଇଡ଼ ଶିକ୍ଷକ ସମୀର କୁମାର ପ୍ରଧାନ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜାଜ୍ଞସେନୀ ଖେତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷକ ରଂଜୁ ଅମାତ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଶ୍ରୀ ମିଶ୍ର ଗ୍ରାମାଞ୍ଚଳର ଏଭଳି ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ଉତ୍ସାହିତ କରିବା ଅତି ଜରୁରୀ ବୋଲି କହିଥିବା ବେଳେ ଜିଲ୍ଲାପାଳ ରେଡ଼କ୍ରସରୁ ସୁଶ୍ରୀ ପଲିଆଙ୍କୁ ୫୦୦୦ ଟଙ୍କା ଓ ବ୍ୟକ୍ତିଗତ ୨୫୦୦ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ଦେଖି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ । ବିଜ୍ଞାନ ପ୍ରକଳ୍ପ ସମସ୍ତ ଛାତ୍ରଛାତ୍ରୀ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପଞ୍ଚାନନ ପ୍ରଧାନ, ଅଜୟ ସାହୁ, ବିଶ୍ଵଜିତ ବାରିକ, ସୁରେନ୍ଦ୍ର କମ୍ପ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

thirteen − 5 =