
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଓ ବାନ୍ଦୁପଲା ଗ୍ରାମ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ଶୁଣିବା ପରେ ବିକାଶ ବାହାନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ବିଡ଼ିଓ ବାସନ୍ତୀ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଗଙ୍ଗାଧର ଛତର, ଡବ୍ଲୁଇଓ ଭୀମରାମ ମାଝୀ,ବିଏସଏସଓ ରିଙ୍କୁ ମେହେର, ସିପି ରଞ୍ଜିତ ପୁଟେଲ ପ୍ରମୁଖଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଚଳକୀ ପଞ୍ଚାୟତରେ ଅନୁଷ୍ଠିତ ସଚେତନତା ଶିବିରରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସରପଞ୍ଚ ମମତା ପ୍ରଧାନୀ,ସମିତି ସଭ୍ୟ ଦିଲ୍ଲୀପ ଭୋଇ, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଆସ୍ତିକ ପୁଟେଲ, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ଗୁଡିଘାଟ ମଣ୍ଡଳ ସଭାପତି ରାମୁ କୁମ୍ଭାର ଉପସ୍ଥିତ ଥିଲେ । ସେହିପରି ବାନ୍ଦୁପଲା ପଞ୍ଚାୟତରେ ଅନୁଷ୍ଠିତ ସଚେତନତା ଶିବିରରେ ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ,ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ପିଇଓ ଦୁର୍ଯୋଧନ ମେହେର, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ଗୁଡିଘାଟ ମଣ୍ଡଳ ସଭାପତି ରାମୁ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନା, ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ବିଭିନ୍ନ ପ୍ରକାରର ୧୧ଟି ଯୋଜନାର ସେବା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଉଭୟ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା, ଏଡିଇଓ, ଯୋଗାଣ ସହାୟକ, ଏମବିକେ, ସିଆରପି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଶତାଧିକ ଦଳୀୟ କର୍ମକର୍ତ୍ତା ଓ ହିତାଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା ଶିବିର ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ୨୨ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଶ୍ରୀମତୀ ସେଠୀ ପ୍ରକାଶ କରିଛନ୍ତି ।