pr

ବଲାଙ୍ଗିର ଲୋକ ଉତ୍ସବରେ ବହୁଭାଷୀ କବିତା ପାଠୋତ୍ସବ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ଅବସରରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ପୁରୁଣା ମଂଚରେ ସର୍ବ ପ୍ରଥମେ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମଟି ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି, ସମ୍ପାନ କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ନାୟକ, ସହ ଅଧ୍ୟକ୍ଷ ରସରାଜ ଅଚ୍ୟୁତ ପୁରୋହିତ, ମୁଖ୍ୟବକ୍ତା ସନାତନ ଠାକୁର, ସମ୍ମାନିତ ଅତିଥି ଜୟ କୁମାର ଆଚାର୍ଯ୍ୟ, ଅତିଥି କବି ଜ୍ୟୋର୍ତିମୟୀ ସାହୁ ମଂଚାସୀନ ଥିବା ବେଳେ ସଂଗୀତା ଦାଶ ମଂଚାସୀନ ହୋଇ ପରିଚାଳନା କରିଥିଲେ । ଏହି ପାଠୋତ୍ସବରେ ବିଶିଷ୍ଟ କବି ପ୍ରହଲ୍ଲାଦ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବିତା ଆସରରେ ଗାଁରୁ ସହର ପର୍ଯ୍ୟନ୍ତ କବିମାନେ ବିଭିନ୍ନ ଦିଗକୁ ନେଇ କବିତା ପାଠ କରିଥିଲେ । ଏହି ଅବସରରେ ଡ. ଘାସିରାମ ମିଶ୍ର, ଜଗଦାନନ୍ଦ ଛୁରିଆ, ମଧୁସୁଦନ ନାୟକ, କସ୍ତୁରୀ ରଥ, ସଂଜୟ ମିଶ୍ର, ପୁରୁଷୋତ୍ତମ ମିଶ୍ର ତଥା ଶତାଧିକ କବି କବିୟତ୍ରୀ ଅଂଶଗ୍ରହଣ କରିଥିଲେ । ଲକ୍ଷ୍ମଣ ମେହେର, ପ୍ରଭାକର ମିଶ୍ର, କପିଳେଶ୍ୱର ଖମାରୀ, ଜୟକୃଷ୍ଣ ମିଶ୍ର, ଲଳିତ ସାହୁ, ଗୁଲାପ ବାଗ, ଦିଗାମ୍ବର ନାଏକ ତଥା କଣ୍ଟାବାଞ୍ଜି କଲେଜର ପିଜି ଛାତ୍ର ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ମାନପତ୍ର ପଠନ କରିଥିଲେ ମଧୁସୂଦନ ନାୟକ ।

nrusinghnath
Leave A Reply

Your email address will not be published.