pr

ପୁଇଁନ୍ତଲା କଂଗ୍ରେସର ସାଂଗଠାନିକ ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ବଲାଙ୍ଗିର ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ଯୁବ ନେତା ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ହୋଟେଲଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ପଦ ପୁରଣ ତଥା ଅନ୍ୟାନ୍ୟ ସାଂଗଠାନିକ ପଦ ପଦବି ପୁରଣ ନିମନ୍ତେ ଆଲୋଚନା କରାଯାଇଥିଲା । ସର୍ବ ସମ୍ମତିକ୍ରମେ ବ୍ଲକ କଂଗ୍ରେସ ସଭାପତି ପଦ ପୁରଣ ପାଇଁ ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ଅନୁମୋଦନ କ୍ରମେ ବ୍ଲକ ସଭାପତି ପଦ ନିମନ୍ତେ ଯାହାର ନାମ ସୁପାରିଶ କରିବେ ସର୍ବ ସମ୍ମତିକ୍ରମେ ବ୍ଲକ କଂଗ୍ରେସ କମିଟି ଗ୍ରହଣ କରିବ ବୋଲି ସର୍ବ ସମ୍ମତି ପ୍ରକାଶ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ସଂପାଦିକା ଅନିମା ମିଂଚ, ଆବାହକ ଅନିଲ ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ସର୍ଜନ ବିଶ୍ୱାଲ, ଶୁଶାନ୍ତ ଷଡଙ୍ଗୀ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଲଲିତ ପଟେଲ, ହରି ନନ୍ଦ, ଅନିରୁଦ୍ଧ ବଗର୍ତ୍ତି, ବଜରଂଗ ଅମାତ, ବସୁଦେବ ନାଏକ, ସୁଦାମ ନନ୍ଦ, ସମୀର କୁମ୍ଭାର, ଚନ୍ଦ୍ରମଣି ବାଗ, ପତିତବାବନ ପ୍ରଧାନ, ଅଚ୍ୟୁତ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.