jayashree

ପଦ୍ମପୁର ଲାୟନ୍ସ କ୍ଲବର ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାୟନ୍ସ କ୍ଲବର ୨୦୨୫-୨୬ ବର୍ଷର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସମୟରେ ହେବାକୁ ଥିବା ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ, କୋଷାଧ୍ୟକ୍ଷ ଲାୟନ୍ ସଦାନନ୍ଦ ପୁରୋହିତ, ଲାୟନ୍ ବେନୁମାଧବ ଦୋରା, ଲାୟନ୍ ଚିତ୍ତ ରଞ୍ଜନ ଦାଶ, ଲାୟନ୍ ସନ୍ତୋଷିନି ରଥ, ଲାୟନ୍ ବିଷ୍ଣୁ ନାରାୟଣ ଦୋରା, ଲାୟନ୍ ବିନୋଦ ବିହାରୀ ମିଶ୍ର, ଲାୟନ୍ ଭାରତୀ ପଟ୍ଟନାୟକ, ଲାୟନ୍ ରାଜକିଶୋର ଯୋଶୀ, ଲାୟନ୍ ସୁନୀଲ ଅଗ୍ରୱାଲ, ଲାୟନ୍ ଦ୍ଵାଦଶ ପ୍ରଧାନ, ଲାୟନ୍ ହିମାଂଶୁ ଯୋଶୀ ଓ ଲାୟନ୍ ଶାଶ୍ଵତ ଦାଶ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଲାୟନ୍ ସୋମ୍ୟଜିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.