pr

ଜୟପାଟଣା ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ସ୍ଥାନୀୟ ଦ୍ରୋଣାଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଆଦିବାସୀ ମୋର୍ଚ୍ଚା ଉପ ସଭାପତି ବିଜୟ କୁମାର ଦିଶାରି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀ ନିଜ ଅଭିଭାଷଣରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଦ୍ରୋଣାଚାର୍ଯ୍ୟ ଗ୍ରୁପ ଅଫ ଇଷ୍ଟିଚ୍ୟୁଟ୍‌ର ସଭାପତି ସମାଜସେବୀ ଜଗଦୀଶ ମଣ୍ଡଳ, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ଜଗମୋହନ ପଟ୍ଟନାୟକ, ଶିଳ୍ପପତି ଶଙ୍କରଲାଲ ଅଗ୍ରୱାଲ, ଦ୍ରୋଣାଚାର୍ଯ୍ୟ ଗ୍ରୁପ ଅଫ ଇଷ୍ଟିଚ୍ୟୁଟ୍‌ର ପ୍ରିନ୍ସିପାଲ୍ ଅର୍ଚ୍ଚନା ଅଗ୍ରୱାଲ, ସ୍ଥାନୀୟ ଦ୍ରୋଣାଚାର୍ଯ୍ୟର ପ୍ରିନ୍ସିପାଲ୍ ଧୀରେନ୍ଦ୍ର କୁମାର ନାଏକ, କଲମପୁର ଶାଖାର ପ୍ରିନ୍ସିପଲ୍ ଆଶିଷ କୁମାର ସାହୁ, ଲିଟିଲ୍ ଏଞ୍ଜଲ୍ ସ୍କୁଲ ପ୍ରିନ୍ସିପାଲ୍ ସନ୍ଧ୍ୟାରାଣୀ ବଂଶଲ, ସୁଧୀର ରଂଜନ ସାହୁ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ଶିକ୍ଷାର ପ୍ରକୃତ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଜୟପାଟଣା ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ପ୍ରିନ୍ସିପାଲ ଧିରେନ୍ଦ୍ର କୁମାର ନାଏକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଛୁଇପାରିଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ବାର୍ଷିକ ଉତ୍ସବର ସଫଳ ରୂପାୟନ ଦେଇପାରିଥିଲା । ଶିକ୍ଷାବିତ ପଦ୍ମନାଭ ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ମନିଷା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.