csstore

ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ‘ଏକ୍ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ‘ଏକ୍ ପେଡ୍ ମା କେ ନାମ’ ୨.୦ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ, ଅଧ୍ୟାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଅଧ୍ୟାପକ ସରୋଜ କୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ସ୍ବେଛାସେବୀ ସମୂହ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ରହି କଲେଜ ଚତୁର୍ପାଶ୍ଵରେ ଶତାଧିକ ବୃକ୍ଷରୋପଣ କରିଥିଲେ ।

jayashree
Leave A Reply

Your email address will not be published.