
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ପିପୁଲ୍ସ ଫୋରମ ଭୁବନେଶ୍ୱରର ଏକ ସାମାଜିକ ସଂଗଠନ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମାଜର ବିଭିନ୍ନ ବର୍ଗ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କ ପାଇଁ ଏକ ମାନସିକ ଚିକିତ୍ସା କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ ସଂଗଠନ ତରଫରୁ ମାନସିକ ବିଶେଷଜ୍ଞ ତଥା ଅନ୍ୟାନ୍ୟ କର୍ମଚାରୀ ପ୍ରାୟ ୫୦ ଜଣଙ୍କ ମାନସିକ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ଓ ନିଶୁଳ୍କ ଔଷଧ ବିତରଣ କରିଥିଲେ ତଥା ଆଗାମୀ ଦିନରେ କିପରି ଭାବରେ ଉତ୍ତମ ସ୍ୱାସ୍ଥ୍ୟ ନେଇ ସମାଜରେ ବିଚରଣ କରିବେ ତା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ଉପ-ସଭାପତି ଅଶୋକ କୁମାର ଚାନ୍ଦ, ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢି, ଉପଦେଷ୍ଟା ଦୁର୍ଗା ପ୍ରସାଦ ହୋତା ଓ ଏଡ୍ଭୋକେଟ ଅଶୋକ କୁମାର ମିଶ୍ର, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ଗଣେଶ ଚନ୍ଦ୍ର ପାଢି, କାର୍ଯ୍ୟକାରୀ ସଭ୍ୟ ସୁରେନ୍ଦ୍ର ନେଗୀ ଓ ବ୍ରଜ କିଶୋର ପଣ୍ଡା, ବରିଷ୍ଠ ସଦସ୍ୟ ହରେକୃଷ୍ଣ ପଟେଲ, ପ୍ରଦୀପ କୁମାର ମିଶ୍ର, ମନୋରଂଜନ ପଟ୍ଟନାୟକ ଓ ବିରଂଚି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ଅମିତ କୁମାର ନାଏକ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।