pakka

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ପୁଣି ଆମରଣ ଅନଶନ କରିବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରକୃତ ହିତାଧିକାରୀମାନଙ୍କୁ ଘର ଯୋଗାଇ ନଦେଇ ନାମ ତାଲିକାରୁ ବାଦଦେଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦେଇଥିବାରୁ ସେପ୍ଟେମ୍ବର ୭ ତାରିଖରେ ଗ୍ରାମର ଝସକେତନ ସାହୁ, ଯାଦବ ସାହୁ, ବିଶାଖା ସାହୁ, ଜୟଦେବ ସାହୁ, ଦୁାର୍ଯ୍ୟାଧନ ସାହୁ, ବିଶ୍ଵାମିତ୍ର ସାହୁ, ସୁରେନ୍ଦ୍ର ସାହୁ ପାଇକମାଲ ବିଡିଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧାରଣା ଦେଇଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ପ୍ରକୃତ ହିତାଧିକାରୀମାନଙ୍କର ନାମ ତାଲିକାରୁ କାଟିଦେଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେଇଥିଲେ ବୋଲି ଅଭିଯୋଗ ହେଉଛି । ଏହା ଜାଣିଲା ପରେ ଉଲ୍ଲିଖିତ ବ୍ୟକ୍ତିମାନେ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣି ଅନଶନ କରିଥିଲେ । ପାଇକମାଲ ବିଡିଓ ଏହା ଜାଣି ସଂପୃକ୍ତ ବ୍ୟକ୍ତିମାନଙ୍କୁ ଘର ଯୋଗାଇ ଦିଆଯିବ ଓ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇ ପ୍ରବୋଧନା ଦେଇଥିଲେ ଓ ଅନଶନକାରୀମାନେ ଧାରଣାରୁ ଉଠିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବିଡିଓ ମହାଶୟା କୌଣସି ପ୍ରକାର ପଦକ୍ଷେପ ନେଇ ନଥିବାରୁ ସଂପୃକ୍ତ ବ୍ୟକ୍ତିମାନେ ଆଗାମୀ ୨୭/୧୦ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ କଲେ ପୁଣି ଆମରଣ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି । ଆଉ ଏଥିରେ ବିଡିଓ ମହାଶୟା ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ, ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

four × 2 =