ମାଲକାନଗିରି : ଛତିଶଗଡ଼ ସୁକ୍ମା ଏସ୍ପିଙ୍କ ନିକଟରେ ଗୁରୁବାର ଜଣେ ମହିଳାଙ୍କ ସମେତ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଆସୋସୀ ଏବଂ ମୁକେଶ ରାଓ୍ବଡେ । ମହିଳା ମାଓବାଦୀ ଆସୋସୀଙ୍କ ନାମରେ ୮ ଲକ୍ଷ ଏବଂ ମୁକେଶଙ୍କ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ଅନେକ ବଡ଼ ହିଂସାକାଣ୍ଡରେ ଦୁହେଁ ସାମିଲ ଥିଲେ ବୋଲି ସୁକ୍ମା ଏସ୍ପି ଶରତ ସିହ୍ନା ସୂଚନା ଦେଇଛନ୍ତି । ଏମାନଙ୍କ ଆତ୍ମସମର୍ପଣ ମାଓବାଦୀ ସଙ୍ଗଠନ ପାଇଁ ଶକ୍ତ ଝଟକା । ପୋଲିସ ଏମାନଙ୍କଠାରୁ ମାଓବାଦୀ ଗତିବିଧି ବିଷୟରେ ଅନେକ ତଥ୍ୟ ହାସଲ କରିପାରିବ ବୋଲି ଆଶା ରଖିଛି ।