jayashree

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଶିକ୍ଷକଙ୍କୁ ଅଟକ ରଖିଲା ପୋଲିସ

ବଲାଙ୍ଗିର, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତଥା ଟିଟିଲାଗଡ଼ ବ୍ଲକ ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ଅଟକ ରଖିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ପୋଲିସ । ଅଭିଯୁକ୍ତ ହେଉଛନ୍ତି ଲିମପଡା ସ୍କୁଲର ଶିକ୍ଷକ ଶେଖର ସିଂ ମାଝୀ ବୋଲି ସୂଚନା ମିଳିଛି । ଟିଟିଲାଗଡ଼ ବ୍ଲକର ଏକ ସରକାରୀ ସ୍କୁଲରେ ଘଟିଛି ଘଟଣା । ଛାତ୍ରୀ ଜଣକଙ୍କ ପରିବାର ଲୋକେ ଅଭିଯୋଗ ପରେ ପୁଲିସ ନେଲା ଆକ୍ସନ । ଏ ନେଇ ସିନ୍ଧେକେଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଟିଟିଲାଗଡ଼ ଏସ୍‌ଡିପିଓ ଏ ନେଇ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.