ପୁଣିଥରେ ଆରମ୍ଭ ହେଲା ଲୋୟର ସୁକତେଲ୍‌ ପ୍ରକଳ୍ପ କାମ : ଦାନା ବାନ୍ଧୁଛି ଆଶା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଥରେ ଆରମ୍ଭ ହୋଇଛି ଲୋୟର୍‌ ସୁକତେଲ୍‌ ପ୍ରକଳ୍ପ କାମ । ଦାନା ବାନ୍ଧୁଛି ଆଶା । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ କାମ ନାନା ବାଦବିବାଦ, ଟଣାଓଟରା ଭିତରେ ଛନ୍ଦି ହୋଇ ରହିଥିବା ବେଳେ ପୁଣି କାମ ଆରମ୍ଭ ହୋଇଛି । ସବୁ ଅଡ଼ୁଆ ତୁଟେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ବୁଡ଼ି ଅଂଚଳ ଜନସାଧାରଣଙ୍କ ସହ କଥାବାର୍ତ୍ତା କରି ନେଇଛି ପଦକ୍ଷେପ । ତେବେ ପାଖାପାଖି ୭୦ ପ୍ରତିଶତ କାମ ସରିଥିବା ପ୍ରକଳ୍ପ କାମକୁ ପୂରା କରିବା କରିବା ପାଇଁ ଆପ୍ରୋଚ୍‌ ରୋଡ଼ କାମ ଆରମ୍ଭ ହୋଇଛି । ଗତକାଲି ଲୋୟର ସୁକ୍‌ତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଂଜନ ରାଉତଙ୍କ ସହ ଉପିଜିଲ୍ଲାପାଳ, ତହସିଲଦାର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଡ୍ୟାମ୍‌ ସାଇଟ୍‌କୁ ପହଂଚିଥିବା ବେଳେ ପୋଲିସ ଫୋର୍ସ ଉପସ୍ଥିତିରେ ରାସ୍ତା କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବିସ୍ତାପିତଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଏଣୁ ଠିପ୍‌ ହୋଇ ପଡ଼ି ରହିଥିବା ପ୍ରକଳ୍ପ ପାଇଁ ପୁଣି ଆଶାର ସଂଚାର ହୋଇଛି ।

Leave A Reply

Your email address will not be published.

error: Content is protected !!