pr

ସ୍ୱର୍ଗତ କୋଭିଡ୍‌ ଯୋଦ୍ଧା ଇନ୍ସପେକ୍ଟର ବିଜୟାନନ୍ଦ କର୍‌କରାଙ୍କ ଧର୍ମପତ୍ନୀଙ୍କୁ ସରକାରୀ ଆର୍ଥିକ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପ୍ରଦାନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟର କୋଭିଡ୍‌ କଂଟ୍ରୋଲ ରୁମ୍‌ ଦାୟିତ୍ୱରେ ଥାଇ କୋଭିଡ଼୍‌-୧୯ କାର୍ଯ୍ୟରେ କର୍ତ୍ତବ୍ୟରତ ଥିବା ବେଳେ କୋଭିଡ୍‌ରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାନରେ ମୃତ୍ୟୁବରଣ କରିଥିବା ପୋଲିସ ଇନ୍‌ସପେକ୍ଟର ବିଜୟାନନ୍ଦ କରକରାଙ୍କ ସହଧର୍ମିଣୀ ଶ୍ରୀମତୀ ହେମାଙ୍ଗିନୀ ଦାସଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଆର୍ଥିକ ସହାୟତା ବାବଦକୁ ୫୦ ଲକ୍ଷ ଟଙ୍କାର ଏକ ଚେକ୍‌ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି । ଏହି ୫୦ ଲକ୍ଷ ଟଙ୍କାର ଚେକ୍‌ ଶ୍ରୀମତୀ ଦାସଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ଦ ନାରାୟଣ ସିଂ ଲାଗୁରୀ ପ୍ରଦାନ କରିଛନ୍ତି । ଏହି ଚେକ୍‌ ପ୍ରଦାନ ସମୟରେ ଜରୁରୀକାଳିନ ଅଧିକାରୀ ଶଙ୍କର୍ଷର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.