ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ ପ୍ରସ୍ତୁତି ବେଳେ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ)ର ଆଧୁନିକୀକରଣ ଓ ପରିଚାଳନାରେ ପାରଦର୍ଶିତା ତଥା କୁଶଳତା ଆଣିବା ପାଇଁ ରାସନ କାର୍ଡ ଓ ହିତାଧିକାରୀଙ୍କ ଡାଟାବେସ ଡିଜିଟାଇଜେନ କରି ଆଧାର ସହ ଯୋଡିବା, ଅଯୋଗ୍ୟ/ନକଲି ରାସନ କାର୍ଡ ଚିହ୍ନଟ, ଡିଜିଟାଇଜେସନ ହୋଇଥିବା ଡାଟାର ପୁନରାବୃତ୍ତି ରୋକିବା ତଥା ହିତାଧିକାରୀଙ୍କ ସ୍ଥାନାନ୍ତରଣ/ମୃତ୍ୟୁ ଭଳି ମାମଲା ଚିହ୍ନଟ କରି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକର ସରକାର ୨୦୧୩ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୪.୩୯ କୋଟି ଅଯୋଗ୍ୟ/ନକଲି ରାସନ କାର୍ଡ ରଦ୍ଦ କରିଛନ୍ତି ।
ଏହା ବ୍ୟତୀତ ଏନଏଫଏସଏ କଭରେଜ ସମ୍ପର୍କିତ କୋଟା ଜାରି କରାଯାଇ, ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଦ୍ୱାରା ନିୟମିତ ଭାବେ ଏନଏଫଏସଏ ଅନୁଯାୟୀ ହିତାଧିକାରୀଙ୍କ ‘ଉପଯୁକ୍ତ ଚୟନ’ ପାଇଁ ବିନିଯୋଗ କରାଯାଉଛି । ଉପଯୁକ୍ତ ହିତାଧିକାରୀ/ ପରିବାରକୁ ସାମିଲ କରିବା/ସେମାନଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବା କାମ ଜାରି ରହିଛି । ଆଇନ ଅନୁଯାୟୀ ଏହି କାମ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଧାର୍ୟ୍ୟ କଭରେଜ ଅଧୀନରେ ହେଉଛି ।
ଏନଏଫଏସଏ ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ ୮୧.୩୫ କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ଏହି ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ । ଏବେ ଦେଶରେ ୮୦ କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିହାତି ଦର ଯଥା- ତିନି ଟଙ୍କା, ଦୁଇ ଟଙ୍କା ଓ ଏକ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପ୍ରତି ମାସରେ ଏନଏଫଏସଏ ଅନ୍ତର୍ଗତ ଖାଦ୍ୟଶସ୍ୟ (ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ) ପ୍ରଦାନ କରାଯାଉଛି ।

Leave A Reply

Your email address will not be published.