ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଡନି ରୋଗରେ ପୀଡିତ ଦମ୍ପତି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲାର ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠି ଓ ତାଙ୍କ ସ୍ତ୍ରୀ ସମାରୀ ସେଠି ଉଭୟ କିଡ଼ନି ରୋଗରେ ପୀଡିତ ଥିବାବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି । ଦୀର୍ଘ ୨ବର୍ଷ ହେଲା ଦମ୍ପତି କିଡ଼ନି ରୋଗରେ ପୀଡିତ ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ ଅଭାବ ହେବାରୁ ଘରେ ଥିବା କଂସାବାସନ ଠୁ ଆରମ୍ଭ କରି ସୁନାଗହଣା ବିକ୍ରି କରି ଉଭୟ ସ୍ୱାମୀ ସ୍ତ୍ରୀ ଚିକିତ୍ସିତ ହେଉଥିଲେ । ମାତ୍ର ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ହେବାରୁ ଭଗବାନଙ୍କୁ ଆଶ୍ରା କରି ଖଟିଆରେ ପଡି ରହି ଦିନ କାଟୁଛନ୍ତି । ଏମିତିକି ସାଧାରଣ ଡାଇଲିସ କରିଯିବା ପାଇଁ ହାତରେ କାଣି କଉଡ଼ି ଟିଏ ବି ନାହିଁ କି ମେଡ଼ିସିନ କିଣିବା ପାଇଁ ସମ୍ବଳ ନାହଁ ବୋଲି କହନ୍ତି ବଳଭଦ୍ର । ‘ଦଇବ ଦଉଡି ମଣିଷ ଗାଈ’ ଭଳି ବଳଭଦ୍ରଙ୍କ ପରିବାର ଦୁଃଖ ଏତିକିରେ ସରିନି । ସ୍ବାମୀ ସ୍ତ୍ରୀ ଦୁହେଁ ରୋଗରେ ପୀଡିତ ଥିବାବେଳେ ପରିବାରରେ ଏଣେ ୩ଟି ବଢ଼ିଲା ଝିଅର ଚିନ୍ତା ତାଙ୍କୁ ଆହୁରି ବୋଝ ଉପରେ ଳଲିତା ବିଡା ସଦୃଶ ଆକ୍ତାମାକ୍ତା କରିପକାଉଛି । କେବଳ ୩୫ କେଜି ସରକାରୀ ଚାଉଳ ହିଁ ସାହା ଭରସା । ତେଣୁ ଏହି ସେଠି ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଔଷଧ ସହ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବୀ ହେବା ସହ ଉଭୟ ଦମ୍ପତି ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଥିବା ଜଣାପଡିଛି ।

Leave A Reply

Your email address will not be published.