ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଚମକିବ ପାଟଣାଗଡର ଦେବସ୍ଥଳୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ ସହର ତଥା ପାଟଣା ଷ୍ଟେଟର ପୁର୍ବ ରାଜଧାନୀ ପାଟଣାଗଡ ଅନ୍ତର୍ଗତ ସମସ୍ତ ଦୈବୀ ପୀଠ, ମନ୍ଦିର ଗୁଡିକର ସୁରକ୍ଷାକୁ ଗୁରୁ ଦାୟିତ୍ୱ ଭାବରେ ନେଇ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ଅଂଟା ଭିଡିଛନ୍ତି । କିଛି ଦିନ ଆଗରୁ ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଏବଂ ମା’ ସମଲେଶ୍ୱରୀ ପୀଠରେ ଉନ୍ନୟନ କାମ ଆରମ୍ଭ ହୋଇ ସାରିଛି । ବିନା କୌଣସି ସରକାରୀ ସହୟତାରେ ପାଟଣାଗଡ ଉପଖଣ୍ଡର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନେଇ ମନ୍ଦିରର ଉନ୍ନୟନ କାମକୁ ଆଗେଇ ନେଇଛନ୍ତି ଶ୍ରୀ ପଧାନ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଶ୍ରୀ ପଧାନ ମନ୍ଦିର କୁ ଯାଇ ନିଜେ କାମ ତଦାରଖ କରୁଛନ୍ତି । ପାଟଣାଗଡ ସହରର ଦୁଇ ଜଣ ସ୍ୱେଚ୍ଛାସେବୀ ରାନା ପଧାନ ଏବଂ ସୁନୀଲ ଗୋଏଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାମ ତଦାରଖରେ ଉପଜିଲ୍ଲାପାଳଙ୍କୁ ସହଯୋଗ କରି ଆସୁଛନ୍ତି । ଉପଜିଲ୍ଲାପାଳଙ୍କ ଏଭଳି ଈଶ୍ୱର ଭକ୍ତି ଦେଖି ପାଟଣାଗଡର ମହାଦେବ ମେହେର, ଦେବରାଜ ପାତ୍ର, ଶଙ୍କର ଜୈନ, ପ୍ରଭାକର ପାତ୍ର ଙ୍କ ଭଳି ମହାନ ବ୍ୟକ୍ତିମାନେ ମଧ୍ୟ ନିଜ ସହାୟତାର ହାତ ବଢାଇଛନ୍ତି ମନ୍ଦିରର ଉନ୍ନତି ପାଇଁ । ସେହିପରି ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ନିଜେ ନିଜେ ଚାନ୍ଦା କରି ୫୦ ହଜାର ଟଙ୍କାରେ ସମଲେଶ୍ୱରୀ ମନ୍ଦିରରେ ପୂଜକଙ୍କ ପାଇଁ ବିଶ୍ରାମ କକ୍ଷ ଏବଂ ରୋଷେଇ ଘରର କାମ ଆରମ୍ଭ କରିବାରେ ସହେଯାଗ କରିଛନ୍ତି । ଅନ୍ୟପକ୍ଷରେ ସୋଲାର କମ୍ପାନୀ ତରଫରୁ ଟାଇଲ କାମ ପାଇଁ ଟାଇଲ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିଛି । ସୁଚନା ଯୋଗ୍ୟ ଯେ କେବଳ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀ ମନ୍ଦିରର ନୁହେଁ ପାଟଣାଗଡ ସହର ଅନ୍ତର୍ଗତ ବ୍ରହ୍ମପୁରା ବଳଦେବ ଜୀଉ ମନ୍ଦିର, ହରିଶଙ୍କର ଶୈବ ପୀଠ ଏବଂ ମଂଡଳ ଜଗନ୍ନାଥ ମନ୍ଦିର ପାଇଁ ମଧ୍ୟ ଅତିଶୀଘ୍ର କମିଟୀ ଗଠନ କରାଯାଇ ସ୍ଥାନୀୟ ଇଶ୍ୱରବିଶ୍ୱାସୀ ବ୍ୟକ୍ତିଙ୍କ ସହଯୋଗରେ ଉକ୍ତ ମନ୍ଦିରର ମଧ୍ୟ ସୁରକ୍ଷା ଏବଂ ମରାମତି ପାଇଁ ପଦକ୍ଷେପ ନେବାକୁ ସ୍ଥିର କରା ଯାଇଥିବା ଉପଜିଲ୍ଲାପାଳ ସୁଚନା ଦେଇଛନ୍ତି । ଶ୍ରୀ ପଧାନଙ୍କ ହିସାବରେ ନିଜ ଅଂଚଳର ସଂସ୍କୃତି ପରମ୍ପରା ହିଁ ଉକ୍ତ ଅଂଚଳର ସଂସ୍କାରକୁ ଲୋକଲୋଚନକୁ ଆଣିଥାଏ ଏବଂ ସେହି ଅଂଚଳଟି ସର୍ବାଗ୍ରେ ବିଦିତ ହୁଏ । ତେଣୁ ନିଜ ଅଂଚଳର ପୁରୁଣା କିର୍ତୀରାଜିର ସୁରକ୍ଷା ତାହାର ଐତିହ ପରମ୍ପରାର ବ୍ୟବସ୍ଥିତ ଭାବରେ ଯତ୍ନ ନେବା ପାଇଁ ସେହି ଅଂଚଳର ଜନସାଧାରଣଙ୍କ ବିଶେଷ ଆଗ୍ରହ ଏବଂ ସହେଯାଗ ରହିବା ନିତାନ୍ତ ଦରକାର । ତେବେ ଦୀର୍ଘ ବର୍ଷ ଧରି ପାଟଣାଗଡ ଉପଖଣ୍ଡର ଦେବୋତ୍ତର ବିଭାଗ ଅଧୀନରେ ଥିବା ଏସବୁ ମନ୍ଦିର ଧର୍ମସ୍ଥଳୀର ଅବହେଳିତ ଅବସ୍ଥାରେ ପଡି ରହିଥିଲା ବେଳେ ପାଟଣାଗଡ ଉପଜିଲ୍ଲାପାଳ ଭାବରେ ଶ୍ରୀ ପଧାନ ଯୋଗଦେବା ପରେ ମନ୍ଦିର ଗୁଡିକର ଉନ୍ନତି ଏବଂ ସୁରକ୍ଷାକୁ ବିଶେଷ ଭାବରେ ଦୃଷ୍ଟି ଦେଇ କାର୍ଯ୍ୟ ସଂପଦନ ପାଇଁ ପଦକ୍ଷେପ ନେଇଥିବାରୁ ପାଟଣାଗଡ ଉପଖଣ୍ଡର ପ୍ରତ୍ୟେକ ଟି ବ୍ୟକ୍ତି ପାଖରେ ପ୍ରଶଂସାର ପାତ୍ର ପାଳଟିଛନ୍ତି ଉପଜିଲ୍ଲାପାଳ ମହୋଦୟ ।

Leave A Reply

Your email address will not be published.