ମନୋଜଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ ମାସ ହେଲା ଯକୃତ ଜନିତ ତଥା ଅନ୍ୟାନ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ବାପା ଦୀନବନ୍ଧୁ ବଡଜେନା ଜଣେ ବିପିଏଲ ହିତାଧିକାରୀ ଏବଂ ସେ ଜଣେ ଦିନ ମଜୁରିଆ ଅଟନ୍ତି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମନୋଜର ଉପଯୁକ୍ତ ଚିକିତ୍ସା ହୋଇ ପାରୁନାହିଁ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ମନୋଜ ଦୁଇ ବର୍ଷ ତଳେ ବିବାହ ହୋଇଥିଲେ । ଏବେ ତାଙ୍କର ମାସେ ହେଲା ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ବର୍ତମାନ କୋଭିଡ କଟାକଣା ଯୋଗୁଁ ଆହୁରି ଅବସ୍ଥା ସଙ୍କଟ ପୁର୍ଣ୍ଣ ହୋଇପଡିଛି । ତାଙ୍କର ଏଭଳି ଦୁର୍ଦିନରେ ସରକାରୀ ବା ବେସରକାରୀ ସଂସ୍ଥା ପକ୍ଷରୁ ସାହାଯ୍ୟ ସହଯୋଗର ହାତ ବଢାଇଲେ ଗୋଟେ ଜୀବନ ବଚଂବା ସହିତ ଗୋଟେ ପରିବାର ବଂଚି ଯାଇ ପାରିବ ବୋଲି ପଡୋଶୀ ପ୍ରଦୀପ ରାଉତରାୟ, ବେଣୁଧର ବଡଜେନା ନିବେଦନ କରିଛନ୍ତ । ତାଙ୍କୁ ଯୋଗାଯୋଗ କରିବା ନମ୍ବର ହେଉଛି ୮୮୯୨୫୫୭୯୦୯, ୮୧୪୪୨୩୭୯୯୦ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.

twenty − seven =

error: Content is protected !!