ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀ ଜଣାଇଲା ଆମ ଆଦମୀ ପାର୍ଟି

ଦେଓଗାଁ, (ଦେବାଶିଷ ମିଶ୍ର) : ସାରା ଦେଶ କରୋନା ମହାମାରୀରେ ଗ୍ରସ୍ତ । ଲକଡାଉନ ସଟଡାଉନ ଯୋଗୁଁ ଜନସାଧାରଣଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଉଚ୍ଚା ଦର ସତ୍ୱେ ବିଦ୍ୟୁତ ଦରକୁ ପୁଣି ଥରେ ବୃଦ୍ଧି କରିଛନ୍ତି ବୋଲି କହିବା ସହ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବୀରେ ଆମ ଆଦମୀ ପାର୍ଟି ଦେଓଗାଁ ବ୍ଲକର ସଭାପତି ସଂକର୍ଷଣ ମହାପତ୍ରଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧୀକାରୀ ନବୀନ ପାଢିଙ୍କୁ ପ୍ରଦାନ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ ବିଦ୍ୟୁତ ଦର ୨୦ ପଇସା ବୃଦ୍ଧିି କରାଯାଇଛି । କରୋନା ସ୍ଥିତିରେ ଲୋକଙ୍କ ଆର୍ଥିକ ଅବସ୍ଥା ଭୁଷୁଡି ପଡିଥିବା ବେଳେ ଏହା ଗରିବ ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା ଅଟେ । ରାଜ୍ୟ ସରକାର ବିଦ୍ୟୁତ ସେବାରେ ସୁଧାର ଆଣିବା, ବିଦ୍ୟୁତ ଚୋରି ରୋକିବା ଓ ବକାୟା ଅର୍ଥ ସଂଗ୍ରହ କରିବା ପରିବର୍ତ୍ତେ ରାଜ୍ୟ ସରକାର ବିଦ୍ୟୁତ କଂପାନୀମାନଙ୍କ କଥାରେ ଅବିଚାରିତ ଭାବେ ବିଦ୍ୟୁତ ଦର ବୃଦ୍ଧିକୁ ଆମ ଆଦମୀ ପାର୍ଟି ବିରୋଧ କରିଛି । ଆହୁରି ଆମ ଆଦମୀ ପାର୍ଟି ଶାସିତ ଦିଲ୍ଲୀରେ ବିଗତ ୫ ବର୍ଷରେ ଥରେ ମଧ୍ୟ ବିଦ୍ୟୁତ ଦେୟ ବାଢା ଯାଇନାହିଁ । ବରଂ ୨୦୦ ୟୁନିଟ ସୁଦ୍ଧା ବିଜୁଳି ମାଗଣାରେ ଦିଆଯାଉଛି । ଏହା ସତ୍ୱେ ଦିଲ୍ଲୀରେ ନୁଆ ମିଟର ସଂଯୋଗରେ ୨୦% ଓ ବିଦ୍ୟୁତ ଚାହିଦାରେ ୨୫% ଉନ୍ନତି ଲକ୍ଷ କରାଯାଇଛି । ସେହେିପରି ଦିଲ୍ଲୀରେ ବିଦ୍ୟୁତ ଚୋରି ୮% କୁ ଖସି ଆସିଛି ଯାହା ଓଡିଶାରେ ୩୦% ରହିଛି । ଆମ ରାଜ୍ୟରେ ମଧ୍ୟ ବିଦ୍ୟୁତ ଦେୟ କମାଇବା ସହ ଲୋକଙ୍କୁ ଉପଯୁକ୍ତ ବିଦ୍ୟୁତ ସେବା ଦିଆଗଲେ ଉଭୟେ ଗ୍ରାହକ ଓ ସରକାର ଲାଭବାନ ହେବେ । ତେଣୁ ଆମ ଆଦମୀ ପାର୍ଟି ଜନତା ସ୍ୱାର୍ଥରେ ବଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରାଯିବା ସହ ବିଦ୍ୟୁତ କଂପାନୀମାନଙ୍କ ଅପାରଗତା ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛି ବୋଲି ପାର୍ଟି ତରଫରୁ କୁହାଯାଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ପରୁଆ, ଅଶୋକ ସୁନା, ଧବଳେଶ୍ୱର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.