csstore

ବିଜେଡ଼ି ତରଫରୁ ଭୁସଲାଡ଼ ପଂଚାୟତ ପଲସାଖଣ୍ଡ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତ୍ତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ପଂଚାୟତ ପଲସାଖଣ୍ଡ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ଏବଂ ମାସ୍କ ବଣ୍ଟନ, ସାବୁନ ବଣ୍ଟନ କରିବା ସହିତ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏଥିରେ ଜ୍ୟୋତି ପୁଟେଲ, ଶ୍ରୀକର ମାଝୀ, ଦୁଷ୍ମନ୍ତ ବେହେରା, ସୁରେନ୍ଦ୍ର ବେହେରା, ଧନଞ୍ଜୟ ବେହେରା, ଯୋଗେଶ୍ୱର ବେହେରା, ବିଜୁ ବେହେରାଙ୍କ ସହ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.