oom

ବାଙ୍କେଲ, ହଳଦୀ ଓ ପତ୍ରାପାଲି(ଖ) ୩ଟି ପଞ୍ଚାୟତରେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବୁଧବାର ବାଙ୍କେଲ, ହଳଦୀ ଓ ପତ୍ରାପାଲି(ଖ) ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବାସନ୍ତୀ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଥା ବ୍ଲକ ଅର୍ଥ ଅଧିକାରୀ ଓ ନୋଡ଼ାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ସଂଯୋଜନାରେ ଅନୁଷ୍ଠିତ ବାଙ୍କେଲ ପଞ୍ଚାୟତ ବିକାଶ ମେଳାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏକ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ ଓ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସରପଞ୍ଚ ଲକ୍ଷ୍ମଣ ଦୋରା, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ମଣ୍ଡଳ ସଭାପତି ସୁବାସ ପୋଡ଼, ଜିପିଡିଓ ଗଙ୍ଗାଧର ଛତର, ପିଇଓ ସୁଧାଂଶୁ ଶେଖର ପଟ୍ଟନାୟକ, ଏଡିଇଓ ପବିତ୍ର କାଲସାଏ ପ୍ରମୁଖ ଯୋଗଦେଇଥିଲେ । ହଳଦୀ ପଞ୍ଚାୟତରେ ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ସଂଯୋଜନାରେ ସରପଞ୍ଚ ସୌମିନା ସେଠ, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ମଣ୍ଡଳ ସଭାପତି ସୁବାସ ପୋଡ଼, ଜିପିଇଓ ଗଙ୍ଗାଧର ଛତର, ପିଇଓ ରଶ୍ମିରଞ୍ଜନ ନାଗ, ଏଡିଇଓ ପବିତ୍ର କାଲସାଏ, ଯୋଗାଣ ସହାୟକ ପ୍ରଭାକର ମାହାକୁର, ଜିଓ ଟେଗ ଛନ୍ଦାଚରଣ ପାତ୍ର ପ୍ରମୁଖ ଯୋଗଦେଇଥିଲେ । କେତେକ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ପତ୍ରାପାଲି(ଖ)ପଞ୍ଚାୟତରେ ବ୍ଲକ ବିଡ଼ିଓ ବାସନ୍ତୀ ସେଠୀ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସରପଞ୍ଚ ଲବଣୀ ନାଗ, ଜିପିଡିଓ ଗଙ୍ଗାଧର ଛତର, ଏଡିଇଓ ହେମନ୍ତ ଭୋଇ, ଯୋଗାଣ ସହାୟକ ହେମନ୍ତ ପୋଡ଼ଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତଗୁଡ଼ିକର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ଏଡିଇଓ, ଯୋଗାଣ ସହାୟକ, ଏମବିକେ, ସିଆରପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.